ଦେଶରେ ସଂକ୍ରମଣ ବୃଦ୍ଧି ପାଇଁ ଯୁବଗୋଷ୍ଠୀ ଦାୟୀ : ରଣଦୀପ ଗୁଲେରିଆ

ଦେଶରେ ସଂକ୍ରମଣ ବୃଦ୍ଧି ପାଇଁ ଯୁବଗୋଷ୍ଠୀ ଦାୟୀ : ରଣଦୀପ ଗୁଲେରିଆ

 ଦେଶରେ ସଂକ୍ରମଣ ବୃଦ୍ଧି ପାଇଁ ଯୁବଗୋଷ୍ଠୀ ଦାୟୀ : ରଣଦୀପ ଗୁଲେରିଆ
ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଦେଖାଦେଇଥିବା ମହାମାରୀ କୋଭିଡ-୧୯ ସଂକ୍ରମଣର ଅହେତୁକ ବୃଦ୍ଧି ପାଇଁ ଯୁବଗୋଷ୍ଠୀଙ୍କୁ ଦାୟୀ କରିଛନ୍ତି ଦିଲ୍ଲୀ ଏମସ ନିଦେ୍ର୍ଧଶ ଡା.ରଣଦୀପ ଗୁଲେରିଆ । ତାଙ୍କର ଯୁକ୍ତି ହେଲା, ଏହି ଯୁବବର୍ଗମାନେ ହିଁ ଅବାଧରେ ବାହାରକୁ ଆତଯାତ କରିବା ସହ ଅନ୍ୟମାନଙ୍କ ସହ ମିଳାମିଶା କରିବାକୁ କୁଣ୍ଠାବୋଧ କରୁନାହାନ୍ତି । ସେମାନଙ୍କର ଏକ ଭୁଲ ଧାରଣା ରହିଯାଇଛି ଯେ ସେମାନେ କୌଣସି କାରଣରୁ ଏହି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ବି ତାହା ସେତେ ଗୁରୁତର କି ପ୍ରଭାବ ହେବ ନାହିଁ । ସୁତରାଂ କୋଭିଡ ପାଇଁ ପାଳନ କରାଯାଉଥିବା ବିଭିନ୍ନ କଟକଣା ପ୍ରତି ସେମାନେ ଭ୍ରୁକ୍ଷେପ କରୁନାହାନ୍ତି ବୋଲି ଡା.ଗୁଲେରିଆ କହିଛନ୍ତି । ଏହି ଯୁବଗୋଷ୍ଠୀମାନଙ୍କ ଯୋଗୁଁ ହିଁ ବୟୋଜ୍ୟେଷ୍ଠ ବର୍ଗ ତଥା ପ୍ରାଥମିକତାବର୍ଗଙ୍କ ସଂକ୍ରମଣ ଆଶଙ୍କା ଅଧିକ ରହିଛି ।