ପିପିଲିରେ ବିଜେପି ରାଲିକୁ ଆକ୍ରମଣ

ପିପିଲିରେ ବିଜେପି ରାଲିକୁ ଆକ୍ରମଣ

ପିପିଲିରେ ବିଜେପି ରାଲିକୁ ଆକ୍ରମଣ
ପିପିଲିି: ପିପିଲି ଉପନିର୍ବାଚନ ପାଇଁ ପାଖେଇ ଆସୁଛି ଦିନ । ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଜମୁଛି ପ୍ରଚାର ମୈଦାନ । ପିପିଲି ଉପନିର୍ବାଚନ ପାଇଁ ତିନି ଦଳର କସରତ ଆରମ୍ଭ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ହେଲାଣୀ ପ୍ରଚାର ପ୍ରସାର । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପିପିଲିରେ ନିର୍ବାଚନ ପ୍ରଚାର ବେଳେ ହିଂସାକାଣ୍ଡ ଦେଖାଯାଇଛି । ରାଲିରେ ଯିବାବେଳେ ବିଜେପି କର୍ମୀଙ୍କୁ ମାଡ ସହିତ ବାଇକ ଭଙ୍ଗାରୁଜା କରାଯାଇଛି । ପିପିଲି ଥାନା ରାଇଗିରିପୁର ଗାଁରେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ରାଲି ଉପରେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରାଲିରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ଥିଲେ । ମାଡ ପ୍ରତିବାଦରେ ଗାଁ ଦାଣ୍ଡରେ ଆଶ୍ରିତ ପଟ୍ଟନାୟକ ଧାରଣା ଦେଇଛନ୍ତି । ରାଲିରେ ଥିବା ସମସ୍ତ କର୍ମୀ ଧାରଣାରେ ସାମିଲ ହୋଇଛନ୍ତି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଅଭିଯୋଗ ଅନୁଯାୟୀ, ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ବିଜେପିର ଜଣେ କର୍ମୀ ଆହତ ହୋଇଛନ୍ତି । ଏପରିକି ରାଲିରେ ଯାଉଥିବା ବିଜେପି କର୍ମୀଙ୍କ ଗାଡିକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଆଉ ଦିନ କେଇଟା ପରେ ପିପିଲିରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାର ବେଳେ ଏଭଳି ଆକ୍ରମଣ ଅଭିଯୋଗ ପିପିଲି ରାଜନୀତିକୁ ଆହୁରି ଉଷ୍ମ କରିଛି ।