ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ
ସୋରଡ଼ା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ ଗୋପାଳପୁର ଶାସନ ପଞ୍ଚାୟତ ସୋରିଷବିଲି ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଯୌତୁକ ଲୋଭରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବଡ଼ଗଡ଼ ଗ୍ରାମର ହୀନ ସ୍ୱାଇଁଙ୍କ ଝିଅ ରିଙ୍କି ସ୍ୱାଇଁ (୨୧) । ଅଭିଯୋଗ ଅନୁସାରେ ସ୍ୱାମୀ ଧର୍ମେନ୍ଦ୍ର ସ୍ୱାଇଁ ଓ ପତ୍ନୀଙ୍କ ମଧ୍ୟରେ ରାତିରେ ଝଗଡ଼ା ହୋଇଥିଲା । ଏହି ସମୟରେ ରିଙ୍କିଙ୍କ ତଣ୍ଟିରେ ଶାବଳ ପକାଇ ଧର୍ମେନ୍ଦ୍ର ହତ୍ୟା କରିଥିଲେ । ମାମଲା ରୁଜୁ ସହ ଅଭିଯୁକ୍ତ ସ୍ୱାମୀ ଧର୍ମେନ୍ଦ୍ରଙ୍କୁ ଅଟକ ରଖି ସୋରଡ଼ା ଥାନା ପୁଲିସ ତଦନ୍ତ ଚଳାଇଛି ।