ପଞ୍ଜୀକୃତ ଚାଷୀଙ୍କ ପରିବାର ସଦସ୍ୟ ବି ଧାନ ବିକି୍ର କରିପାରିବେ

ପଞ୍ଜୀକୃତ ଚାଷୀଙ୍କ ପରିବାର ସଦସ୍ୟ ବି ଧାନ ବିକି୍ର କରିପାରିବେ

ପଞ୍ଜୀକୃତ ଚାଷୀଙ୍କ ପରିବାର ସଦସ୍ୟ ବି ଧାନ ବିକି୍ର କରିପାରିବେ
ଭୁବନେଶ୍ୱର: ପଞ୍ଜୀକୃତ ଚାଷୀ ବାହାରେ ରହୁଥିଲେ କିମ୍ବା ମଣ୍ଡିକୁ ଆସି ନ ପାରିଲେ ତାଙ୍କ ବଳକା ଧାନ ସରକାର କିଣିବେ । ଏଥିପାଇଁ ପଞ୍ଜୀକୃତ ଚାଷୀ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ମନୋନୀତ କରି ନିର୍ଦ୍ଧାରିତ ଫର୍ମରେ ସମବାୟ ସମିତିରେ ଦାଖଲ କଲେ ସେ ଚାଷୀଙ୍କ ଧାନ କିଣାଯିବ । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୁଗ୍ମ ଶାସନ ସଚିବ ବିଜୟ କୁମାର ପୃଷ୍ଟି ସମସ୍ତ ଜିଲ୍ଲାପାଳ ଓ ସମବାୟ ସମିତି ସମୂହ ନିବନ୍ଧକଙ୍କୁ ଚିଠି ଲେଖି ଜଣାଇଛନ୍ତି । ଯୁଗ୍ମ ଶାସନ ସଚିବ ଶ୍ରୀ ପୃଷ୍ଟି ଜଣାଇଛନ୍ତି, ଯେଉଁ ପଞ୍ଜୀକୃତ ଚାଷୀମାନେ ପ୍ରବାସରେ ଅବସ୍ଥାନ କରୁଛନ୍ତି, ସେମାନେ ବ୍ୟକ୍ତିଗତ ଭାବେ ଧାନ କିଣା କେନ୍ଦ୍ରରେ ଉପସ୍ଥିତ ରହିପାରୁନଥିବାରୁ ସେମାନଙ୍କ ଧାନ ବିକି୍ର ହୋଇପାରୁନଥିବା ନେଇ ବିଭାଗର ନଜରକୁ ଆସିଥିଲା । ଏହି ଅସୁବିଧାକୁ ଦୂର କରିବା ପାଇଁ ପଞ୍ଜିକୃତ ଚାଷଈଙ୍କ ପରିବାର ସଦସ୍ୟ ସମ୍ପୃକ୍ତ ଚାଷୀଙ୍କ ତରଫରୁ ଧାନ ବିକି୍ର କରିପାରିବେ । ଏ ନେଇ ଜିଲ୍ଲା ପ୍ରଶାସନ ଓ ସମବାୟ ସମିତି ନିବନ୍ଧକ ଆବଶ୍ୟକ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦିଆଯାଇଛି ।