କଣ ନିଷ୍ପତି ନିଆଗଲା ରଥଯାତ୍ରା ବୈଠକରେ

କଣ ନିଷ୍ପତି ନିଆଗଲା ରଥଯାତ୍ରା ବୈଠକରେ

କଣ ନିଷ୍ପତି ନିଆଗଲା ରଥଯାତ୍ରା ବୈଠକରେ
ଭୁବନେଶ୍ୱର: ଆଜି ତୃତୀୟ ସମନ୍ୱୟ କମିଟି ବୈଠକ ଶେଷ ହୋଇଛି । ଆସନ୍ତା ୨୫ ତାରିଖ ସୁଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବା ସହିତ ନିଜର ଦାୟିତ୍ୱ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି । ୩ ମାସ ମଧ୍ୟରେ ବାସ୍ତବଚିତ୍ର ଓ ହିସାବ ଦେବାକୁ ବନ ବିଭାଗକୁ କୁହାଯାଇଛି । ପୁରୀ ଜିଲ୍ଲାରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାକୁ ସୁଧାରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ ବିଭାଗକୁ ନେଇ ଏକ ଟିମ ଗଠନ କରାଯିବ । ଯେଉଁ ଟିମ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେଇ ପାରିବେ । ପୁରୀ-ଭୁବନେଶ୍ୱର ରାସ୍ତାରେ ୫ଟି ଆମ୍ବୁଲାନ୍ସ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ପୁରୀ-ଭୁବନେଶ୍ୱର ରାସ୍ତା କଡରେ ଅତ୍ୟଧିକ ପରିମାଣରେ ଜବରଦଖଲ ବଢିଛି ସେହି ଜବରଦଖଲକୁ ହଟାଇବାକୁ କଡା ଚେତାବନି ଦିଆଯାଇଛି । ରଥଯାତ୍ରା ବେଳେ ପୁରୀକୁ ୧୯୨ଟି ଟ୍ରେନ୍ ଚଳାଚଳ କରିବାର ବ୍ୟବସ୍ଥା କରାଯାଇଛି । ପୁରୀ ସହ ୬୨ଟି ସ୍ଥାନରେ ଟ୍ରେନ୍ ବୁକିଂ କାଉଂଟର ଖୋଲାଯିବ । ଯେପରି କୌଣସି ଯାତ୍ରୀ ହଇରାଣ ନ ହୁଅନ୍ତୁ । ଜୁନ ୩୦ ସୁଦ୍ଧା ପୁରୀ ଜିଲ୍ଲାରେ ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ କୁହାଯାଇଛି । ତିର୍ଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ରଥଯାତ୍ରା ସମୟରେ ପୁରୀରେ ୧୫୫ ପ୍ଲାଟୁନ ପୋଲିସ ମୁତୟନ କରାଯିବ ।