ମାଓ ଭୟରେ ପୋଲିଂ ପାର୍ଟୀ ନାକେଦମ୍‌

ମାଓ ଭୟରେ ପୋଲିଂ ପାର୍ଟୀ ନାକେଦମ୍‌

ମାଓ ଭୟରେ ପୋଲିଂ ପାର୍ଟୀ ନାକେଦମ୍‌
କନ୍ଧମାଳ: ମାଓ ଉପଦ୍ରବ ଅଂଚଳରେ ପୋଲିଂ ପାର୍ଟୀଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଗତକାଲି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ସିର୍ଲାରେ ପଂଚାୟତରେ ୧୩୭ ଓ ୧୩୮ ନମ୍ବର ବୁଥରେ ରାତି ୭ଟା ବେଳେ ମତଦାନ ପ୍ରକ୍ରିୟା ଶେଷ ହୋଇଥିଲା । ସେମାନେ ଆସିବା ବାଟରେ ଆମ୍ବୁସ ଲଗାଯିବା ସହିତ ମାଓବାଦୀମାନେ ଗଛ କାଟି ପକାଇଥିଲେ ବୋଲି ସୂଚନା ମିଳିଥିଲା । ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଏକ ରାସ୍ତାରେ ସେମାନଙ୍କୁ ଚାଲି ଚାଲି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଦୁଇଟି ବୁଥ୍‌ର ୧୪ ଜଣ ଅଧିକାରୀ ସିଆର୍‌ପିଏଫ୍‌ ହେପାଜତରେ ଦୀର୍ଘ ୧୫ କିଲୋମିଟର ଜଙ୍ଗଲି ରାସ୍ତାରେ ଚାଲି ଥିଲେ । ରାତି ପ୍ରାୟ ୨ଟା ସମୟରେ ସମସ୍ତେ ବାଲିଗଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ପହଁଚିଥିଲେ ।