ସରକାରୀ, ଦଳୀୟ କାମକୁ ଓଡ଼ିଶା ଟେଣ୍ଟ ମାଲିକ ସଂଘର ବର୍ଜନ

ସରକାରୀ, ଦଳୀୟ କାମକୁ ଓଡ଼ିଶା ଟେଣ୍ଟ ମାଲିକ ସଂଘର ବର୍ଜନ

ସରକାରୀ, ଦଳୀୟ କାମକୁ ଓଡ଼ିଶା ଟେଣ୍ଟ ମାଲିକ ସଂଘର ବର୍ଜନ
ଭୁବନେଶ୍ୱର :ନୂଆ ମୋଟରଯାନ ଆଇ ୨୦୧୯ ଏବଂ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସରକାରୀ ଓ ରାଜନୈତିକ ଦଳର କାମକୁ ବର୍ଜନ କରିବେ ଓଡ଼ିଶା ଟେଣ୍ଟ ମାଲିକ ସଂଘ । ଆଗାମୀ ଦିନରେ ସରକାରୀ ରାଜନୈତିକ ଦଳର ଟେଣ୍ଟ କାମ କରିବେ ନାହିଁ ବୋଲି ସଂଘର ସମ୍ପାଦକ ଦ୍ୱାରିକାନାଥ ପଣ୍ଡା ସୂଚନା ଦେଇଛନ୍ତି । ଭୁବନେଶ୍ୱର ଟେଣ୍ଟ ଓନର୍ସ ଆସୋସିଏସନର ୧୧ତମ ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସଂଘର ସଭାପତି ଶ୍ରୀ ଦାସ କହିଛନ୍ତି, ସରକାରୀ ଓ ରାଜେନ÷ତିକ ଦଳର ଟେଣ୍ଟ କାମ କରିବା ବେଳେ ଗାଡ଼ିରେ ବାଉଁଶ, ଶ୍ରମିକ ଓ ଅନ୍ୟାନ୍ୟ ଜିନିଷ ନେବା ଆଣିବା ସମୟରେ ପୁଲିସ କୌଣସି ପଦକ୍ଷେପ ନେଉନାହିଁ । ସହଜରେ ଗାଡ଼ି ଗୁଡ଼ିକୁ ଛାଡ଼ି ଦେଉଛି । କିନ୍ତୁ ବେସରକାରୀ କାମ ବେଳକୁ ଗାଡ଼ିକୁ ଅଟକାଇ ମାତ୍ରାଧିକ ଫାଇନ ଲଗାଉଛି କମିଶନରେଟ ପୋଲିସ । ତେଣୁ ଆଗାମୀ ଦିନରେ କୌଣସି ସରକାରୀ ଓ ରାଜନୈତିକ ଦଳର କାମରେ ଟେଣ୍ଟ କାମ କରାଯିବ ନାହିଁ ବୋଲି ସେ କହିଛନ୍ତି । ଏହି ବୈଠକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ସଂଘ ପକ୍ଷରୁ ଏ ସମ୍ପର୍କରେ ଅତିଥିଙ୍କୁ କୁହାଯାଇଥିଲା । ଆଗାମୀ ଦିନରେ ସରକାର ଓ ଜିଲ୍ଲା ପ୍ରଶାସନ ଆଗରେ ଏ ବିଷୟରେ ଆଲୋଚନା କରାଯିବ ବୋଲି ଅତିଥିମାନେ ପ୍ରତିଶ୍ରୁତି ଦେଇଛନ୍ତି ।