ପିଓକେ ପାଇଁ ନେହେରୁ ଦାୟୀ: ଶାହା

ପିଓକେ ପାଇଁ ନେହେରୁ ଦାୟୀ: ଶାହା

ପିଓକେ ପାଇଁ ନେହେରୁ ଦାୟୀ: ଶାହା
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଭୁଲ ଯୋଗୁଁ ପାକିସ୍ତାନ କାଶ୍ମୀରର ଅର୍ଦ୍ଧାଧିକ ଅଞ୍ଚଳକୁ ନିଜ ଦଖଲରେ ରଖିବାରେ ସଫଳ ହୋଇଛି ବୋଲି ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି । ଶାହା କହିଛନ୍ତି ଯେ, ପାକିସ୍ତାନ ସହିତ ଚାଲିଥିବା ଯୁଦ୍ଧକୁ ନେହେରୁ ଅସମୟରେ ଶେଷ ନେଇ ଘୋଷଣା କରିବାରୁ କାଶ୍ମୀର ସମ୍ପୂର୍ଣ୍ଣ ରୂପେ ଭାରତ ଦଖଲକୁ ଆସିପାରିଲା ନାହିଁ । ଯଦ୍ୱାରା କାଶ୍ମୀରର କିଛି ଅଞ୍ଚଳ ପାକିସ୍ତାନର ଅକ୍ତିଆରରେ ରହିଗଲା । ନେହେରୁଙ୍କ ପରିବର୍ତ୍ତେ ସର୍ଦ୍ଧାର ବଲ୍ଲଭଭାଇ ପଟେଲ କାଶ୍ମୀର ସମସ୍ୟାକୁ ପରିଚାଳନା କରିଥିଲେ ଏହା ଆଜି ଭାରତ ଅକ୍ତିଆରରେ ରହିଥାନ୍ତା । ଜାମ୍ମୁ କାଶ୍ମୀରର ୩୭୦ ଧାରା ଉଚ୍ଛେଦ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବାବଦରେ ଲୋକଙ୍କଚ ଅବଗତ କରାଇବା ଲାଗି ଆୟୋଜିତ ରାଲିରେ ଶାହା ଏହା କହିଝନ୍ତି । ସେ କହିଛନ୍ତି ଜମ୍ମୁ କଶ୍ମୀରରେ କୌଣସି ପ୍ରକାର ଅଚଳାବସ୍ଥା ନାହିଁ ଓ ଆରମ୍ଭ ହେବା ଦିନରୁ ଏଠାରେ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ବିଲୋପ କରାଯିବ । କୌଣସି ନାମ ନ ନେଇ ଶାହା କହିଛନ୍ତି ଯେ କାଶ୍ମୀରରେ ବଂଶବାଦ ରାଜନୀତି ଯୋଗୁଁ ଏଠାରେ ଦୁର୍ନୀତି ନିବାରଣ ବୁ୍ୟରୋକୁ କାର୍ଯ୍ୟ କରିବାର ସୁଯୋଗ ଦିଆଯାଇନଥିଲା ।