ଜୁଲାଇ ୮ରୁ ମାଟ୍ରିକ ସପ୍ଲିମେଂଟାରି ପରୀକ୍ଷା

ଜୁଲାଇ ୮ରୁ ମାଟ୍ରିକ ସପ୍ଲିମେଂଟାରି ପରୀକ୍ଷା

ଜୁଲାଇ ୮ରୁ ମାଟ୍ରିକ ସପ୍ଲିମେଂଟାରି ପରୀକ୍ଷା
ଭୁବନେଶ୍ୱର: ଆସନ୍ତା ମାସ ଜୁଲାଇ ୮ରୁ ୧୪ ଯାଏଁ ଚାଲିବ ମାଟ୍ରିକ ସପ୍ଲିମେଂଟାରି ପରୀକ୍ଷା । ସକାଳ ୯ ଟାରୁ ଆରମ୍ଭ ହୋଇ ଦିନ ୧୧ ଟାରେ ଶେଷ ହେବ । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଜୁଲାଇ ୮ରୁ ୧୬ ଯାଏଁ ଚାଲିବ । ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଚଳିତ ବର୍ଷର ମାଟ୍ରିକ ପାଶ ହାର ୭୦.୭୮% ରହିଥିଲା । ମୋଟ ଉପରେ ୩ ଲକ୍ଷ ୯୭ ହଜାର ୧୨୫ ଜଣ ପାଶ କରିଥିଲେ । ଅପରପକ୍ଷରେ ୧ ଲକ୍ଷ ୬୩ ହଜାର ୮୫୪ ଜଣ ଫେଲ ହୋଇଥିଲେ । ଗ୍ରେଡ଼ ଏ ୧ରେ ୧୧୮୧, ଗ୍ରେଡ଼ ଏ୨ରେ ୯୯୩୮ ଜଣ, ବି୧ରେ ୨୪୯୫୧ ପାଶ କରିଥିଲେ । ୮୨ ସ୍କୁଲରେ ଜଣେ ହେଲେ ପାଶ କରିନଥିବାବେଳେ ୨୮୯ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀ ପାଶ କରିଥିଲେ ।