ଜାଣନ୍ତୁ ନନ୍ଦିଘୋଷ ରଥର ସ୍ୱତନ୍ତ୍ରତା

ଜାଣନ୍ତୁ ନନ୍ଦିଘୋଷ ରଥର ସ୍ୱତନ୍ତ୍ରତା

ଜାଣନ୍ତୁ ନନ୍ଦିଘୋଷ ରଥର ସ୍ୱତନ୍ତ୍ରତା

କୋଟି ଓଡିଆର ପ୍ରାଣକେନ୍ଦ୍ର ଜଗତର ନାଥ ଜଗନ୍ନାଥ । ଲୀଳାମୟଙ୍କ ଲୀଳା ନିଆରା ଅଟେ । ଭକ୍ତବସôଳ ବଳିଆର ଭୁଜ ବର୍ଷକୁ ଥରେ ଭାଈ ଭଉଣୀଙ୍କୁ ସାଙ୍ଗରେ ଧରି, ରଥରେ ବସି ବୁଲିଯାଆନ୍ତି ମାଉଷି ମା ଘରକୁ । କାଳିଆ ଠାକୁର ମଦନମୋହନଙ୍କ ସାଙ୍ଗରେ ନନ୍ଦିଘୋଷ ରଥରେ ବିରାଜମାନ ହୁଅନ୍ତି । ତିନି ରଥ ମଧ୍ୟରେ ଆକାରରେ ବଡ ନନ୍ଦିଘୋଷ ରଥ । ଏହି ରଥର ଉଚ୍ଚତା ୪୪ଫୁଟ ୨ଇଞ୍ଚ ଅର୍ଥାତ ୩୩ ହାତ ୫ ଆଙ୍ଗୁଳି, ଲମ୍ବ ଓ ପ୍ରସ୍ଥ ୩୪ଫୁଟ୍ ୬ ଇଞ୍ଚ । ଏହି ରଥ ୮୩୨ ଖଣ୍ଡ କାଠରେ ନିର୍ମାଣ କରାଯାଇଥାଏ । ୧୬ଟି ଚକ ବିଶିଷ୍ଠ ଏହି ରଥର ଚକ ଗୁଡିକର ବ୍ୟାସ ୭ମିଟର ଓ ପ୍ରତି ଚକର ଅର ୧୬ଟି ଥାଏ । ଏହି ରଥ ପୀତ-ଲୋହିତ ବସ୍ତ୍ରରେ ଆଚ୍ଛାଦିତ ଥାଏ । ଏହାର ସାରଥି ଦାରୁକ । ନନ୍ଦିଘୋଷ ରଥରେ ଉଡୁଥିବା ପତାକାର ନାଁ ତୈ୍ରଲୋକ୍ୟମୋହିନୀ । ପତାକା ଉପରେ ହନୁମାନଙ୍କ ପ୍ରତୀକ ଥାଏ ଓ ଦଧିନଉତିର ନାମ ହିରଣ୍ୟଗର୍ଭ । ରଥରେ ଥିବା ଶୁଆଦ୍ୱୟଙ୍କ ନାମ ହେଉଛି ଜୀବ ଓ ପ୍ରାଣ । ଏହି ରଥର ଚାରୋଟି ଅଶ୍ୱଙ୍କ ନାମ ହେଉଛି ଶଙ୍ଖ, ବଳାହାକ, ଶ୍ୱେତା, ହରିଦ୍ୱାଶ । ନନ୍ଦିଘୋଷ ରଥରେ ୯ ଜଣ ଦେବାଦେବୀ ବାସ କରନ୍ତି ଏମାନେ ହେଉଛନ୍ତି ବରାହ, ନାରାୟଣ, ତ୍ରିବିକ୍ରମ, ହନୁମାନ, ରୁଦ୍ର, ଗୋବର୍ଦ୍ଧନ, ଗୋପିକ୍ରିଷ୍ଣା, ନୃସିଂହ, ରାମ ଇତ୍ୟାଦି । ଏହି ରଥକୁ ଜଗି ରହିଥାନ୍ତି ଗରୁଡ । ଏହି ରଥରେ ୪ଟି କୁମ୍ଭର ନାମ ହେଉଛି ହିରଣ୍ୟମୟୀ, ସତ୍ୟ, ଶାନ୍ତି, ଦୟା, କ୍ଷମା । ଏହି ରଥ ଦଉଡିର ନାଁ ଶଙ୍ଖଚୂଡ ନାଗୁଣୀ ଓ ଦ୍ୱାରପାଳ ଜୟ ଓ ବିଜୟ । ଚାର ଦେବତାଙ୍କ ନାମ ହେଉଛି ବରାହ, ନୃସିଂହ । ନନ୍ଦିଘୋଷ ରଥକୁ ଗରୁଡ ଧ୍ୱଜ ଓ କପି ଧ୍ୱଜ ମଧ୍ୟ କୁହାଯାଏ ।