ଯୋଗ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବ

ଯୋଗ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବ

ଯୋଗ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବ

ପ୍ରାଣଘାତୀ କରୋନାର ଭୟଙ୍କର ପଞ୍ଝାରୁ ବଞ୍ଚିବା ପାଇଁ ସମସ୍ତେ ଚେଷ୍ଠା ଜାରି ରଖିଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । କୋଭିଡ୍ ଗାଇଡ ଲାଇନ୍ ମାନିବା ସହିତ ଏମିତି କିଛି ଯୋଗ ଅଛି ଯାହା କରିବା ଦ୍ୱାରା ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ବଢିବା ସହିତ କରୋନା ଭାଇରସକୁ ରୋକିବାରେ ସାହାଯ୍ୟ କରିଥାଏ । ଏହି ଭାଇରସ ଫୁସଫୁସକୁ ଶୀଘ୍ର ନଷ୍ଟ କରିଥାଏ । ତେଣୁ ଆମକୁ ଅକ୍ସିଜେନ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଶ୍ୱସନ ପ୍ରକ୍ରିୟାକୁ ଦୃଢ କରିବା ପାଇଁ ଶ୍ୱସ୍ତିକ ଆସନ ଫଳପ୍ରଦ ହୋଇଥାଏ । ଏହାକୁ ସବୁ ବୟସ ବର୍ଗର ଲୋକମାନେ କରିପାରିବେ । ଏହାକୁ କରିବା ପାଇଁ ପ୍ରଥମେ ପିଠି ମାଡି ଶୋଇ ଯାଆନ୍ତୁ ।  ହାତ ଦୁଇଟିକୁ ଜଙ୍ଘର ଦୁଇ ପାଶ୍ୱର୍ରେ ରଖନ୍ତୁ ।  ଶ୍ୱାସ ନେଇ ଧିରେ ଧିରେ ଦୁଇ ହତକୁ ଉପରକୁ ଉଠାଇବା ସହିତ ଦୁଇ ବଳା ଗଣ୍ଠିକୁ ଷ୍ଟ୍ରେଚ୍ କରନ୍ତୁ ।  ଯେପରିକି ଆପଣଙ୍କୁ ଲାଗିବ ଦୁଇ ହାତକୁ ବିପରୀତ ଦିଗରୁ କେହି ଟାଣିଲା ଭଳି । ଏପରି କରିବା ଦ୍ୱାରା ପରା ହାଡ ମଧ୍ୟ ଷ୍ଟ୍ରେଚ ହୋଇଯାଏ । ବାୟୁ କୋଷିକା ଗୁଡିକ ଖୋଲିଯାଏ । ଅଧିକ ଅଧିକ ଅକ୍ସିଜେନ ଶରୀରକୁ ପ୍ରବେଶ କରେ । ଏହି ଭାଇରସ ପାଚନ ତନ୍ତ୍ରକୁ ମଧ୍ୟ କ୍ଷତି କରିଥାଏ, ତେବେ ଏଥିପାଇଁ ପବନମୁକ୍ତ ଆସନ କରିବା ଉଚିତ୍ । ଏହାକୁ କରିବା ପାଇଁ ପିଠିମାଡି ଶୋଇ ଡାହାଣ ଗୋଡକୁ ଅଳ୍ପ ଉପରକୁ ଟେକି, ଦୁଇ ହାତର ଆଙ୍ଗୁଳି ଛନ୍ଦି ଡାହଣ ଗୋଡ ଆଣ୍ଠୁକୁ ଧରନ୍ତୁ । ଶ୍ୱାସ ନେଇ ଛାଡିବା ପରେ ବେକ ଉଠାଇ ଆଣ୍ଠୁରେ ଲଗାନ୍ତୁ । ଏହପରେ ଶ୍ୱାସ ନେଇ ଛାଡି ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ । ଏବେ ଏପରି ବାମ ଗୋଡରେ କରନ୍ତୁ । ଏହାପରେ ଦୁଇଟି ଗୋଡରେ ଏକା ସାଙ୍ଗରେ କରନ୍ତୁ । ଏହା କରିବା ଦ୍ୱାରା ପାଚନ ତନ୍ତ୍ର ସୁଦୃଢ ହୋଇଥାଏ ।