ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର
ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର
admin
Mar 31, 2021 - 13:10
Updated: Mar 31, 2021 - 13:10
ଭୁବନେଶ୍ୱର : ତାତିରେ ରେକର୍ଡ କଲା ରାଜଧାନୀ ଭୁବନେଶ୍ୱର । ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରହିଛି । ଯାହାକି ଆଜି ଭୁବନେଶ୍ୱରରେ ସବୁଠାରୁ ଅଧିକ ଖରା ହୋଇଛି । ଆଜି ଯାଏଁ ଭୁବନେଶ୍ୱରେ ଏପରି ଗ୍ରୀଷ୍ମ ପ୍ରବାହ କେବେ ଦେଖିବାକୁ ମିଳିନଥିଲା । ଆଜି ଦ୍ୱିପହରେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡୁଥିଲା । ବାହାରକୁ ବାହାରିଲା ବେଳକୁ ଦେହରେ ଝାଞ୍ଜି ପବନ ମାଡ ହେଉଥିଲା, ଅତ୍ୟଧିକ ଖରା ଯୋଗୁଁ ଦେହହାତ ସିଝି ଗଲା ଭଳି ଲାଗୁଥିଲା ।ରାଜ୍ୟରେ ସବୁ ଜିଲ୍ଲାରେ ଭିନ୍ନ ଭିନ୍ନ ତାପମାତ୍ରା ଥିଲା । ବାରିପଦା-୪୩.୬ , ବାଲେଶ୍ୱର-୪୩, ଚାନ୍ଦବାଲି-୪୨.୬, ତାଳଚେର-୪୨.୫, ମାଲକାନଗିରି, ଗଜପତି ଓ ବୌଦ୍ଧରେ ୪୨ ଡିଗ୍ରୀ, ଅନୁଗୁଳ-୪୧.୭ ବଲାଙ୍ଗିର ଓ ଭବାନୀପାଟଣା-୪୧.୫ , ଟିଟିଲାଗଡ ଓ ନୟାଗଡର ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।
ଅନ୍ୟପକ୍ଷରେ ଆଜି ୨୪ ଘଂଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ନେଇ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଳପୁର, ସୁନ୍ଦରଗଡ, ଝାରସୁଗୁଡା , କେନ୍ଦୁଝର , ମୟୂରମଞ୍ଜ , ଦେବଗଡ , ବରଗଡ, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ , ଯାଜପୁର, ଭଦ୍ରକ, ବାଲେଶ୍ୱର ଏହି ସବୁ ଜିଲ୍ଲାକୁ ୨ ତାରିଖ ସକାଳ ୮ଟା ୩୦ ଯାଏଁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି ।ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦିଆଯାଇଛି ।