ପୋଲିସ ପଦକ ଘୋଷଣା

ପୋଲିସ ପଦକ ଘୋଷଣା

ପୋଲିସ ପଦକ ଘୋଷଣା
ଭୁବନେଶ୍ୱର:ଆସନ୍ତାକାଲି ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ପୋଲିସ ପଦକ ଘୋଷଣା କରାଯାଇଛି । ଓଡିଶାର ମୋଟ ୩୬ ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ । ୨୩ ଜଣଙ୍କୁ ପୋଲିସ ସାହସିକତା ମେଡାଲ ପ୍ରଦାନ କରାଯିବ । ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯିବ । କ୍ରାଇମବ୍ରାଂଚ ଡିଏସପି ପ୍ରମୋଦ ରଥଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ଭିଜିଲାନ୍ସ ଏଏସଆଇ ଶିବ ନାରାୟଣ ରଥଙ୍କୁ ମଧ୍ୟ ରାଷ୍ଟ୍ରପତି ପଦକ ମିଳିବ । ଆଇପିଏସ ଶିବା ସୁବ୍ରମଣି ଓ ଜଗମୋହନ ମିନାଙ୍କୁ ପୋଲିସ ପଦକ ଦିଆଯିବ । ଇନ୍ସପେକ୍ଟର ପ୍ରକାଶ କର୍ଣ୍ଣ ଓ ଜ୍ୟୋତିରଂଜନ ପତିଙ୍କୁ ପୋଲିସ ପଦକ ମିଳିବ ।