ପ୍ରକାଶ ପାଇଲା ରାଜ୍ୟ ସରକାରଙ୍କ ଏପ୍ରିଲ ଗାଇଡଲାଇନ

ପ୍ରକାଶ ପାଇଲା ରାଜ୍ୟ ସରକାରଙ୍କ ଏପ୍ରିଲ ଗାଇଡଲାଇନ

ପ୍ରକାଶ ପାଇଲା ରାଜ୍ୟ ସରକାରଙ୍କ ଏପ୍ରିଲ ଗାଇଡଲାଇନ
ଭୁବନେଶ୍ୱର: ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରୀ କଲେ ରାଜ୍ୟ ସରକାର । ନୂଆ ଗାଇଡଲାଇନ ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଏସଆରସି କହିଛନ୍ତି । ସତର୍କତାର ସହ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା କରିବାକୁ ନିଦେ୍ର୍ଧଶ ଦିଆଯାଇଛି । କଂଟେନମେଂଟ ଜୋନ କରିପାରିବେ ଜିଲ୍ଲାପାଳ, ମୁ୍ୟନିସପାଲ କମିଶନର । ଟେଷ୍ଟିଂ, ଟ୍ରାକିଂ ଏବଂ ଟି୍ରଟମେଂଟ ଉପରେ ଗୁରୁତ୍ୱ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଯଥା ସମ୍ଭବ ଅଧିକ ଆରଟିପିସିଆର ଟେଷ୍ଟ କରିବାକୁ ନିଦେ୍ର୍ଧଶ କରାଯାଇଛି । ମାସ୍କ, ସାନିଟାଇଜର ବ୍ୟବହାର କଡାକଡି କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସାମାଜିକ, ରାଜନୈତିକ , ଧାର୍ମିକ ସମାବେଶରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଛି ।