ବୀମାରାଶି ଦେବା ନାଁରେ ଠକିନେଲେ ୨ କୋଟିରୁ ଅଧିକ ଟଙ୍କା

ବୀମାରାଶି ଦେବା ନାଁରେ ଠକିନେଲେ ୨ କୋଟିରୁ ଅଧିକ ଟଙ୍କା

ବୀମାରାଶି ଦେବା ନାଁରେ ଠକିନେଲେ ୨ କୋଟିରୁ ଅଧିକ ଟଙ୍କା

କେନ୍ଦୁଝର:  ନିଜକୁ ଇନ୍ସୁରାନ୍ସ ରେଗୁଲେଟୋରି ଡେଭଲପମେଣ୍ଟ ଅଥରିଟିର ଅଧିକାରୀ ବୋଲି ପରିଚୟ ଦେଇ ଜେଝ‌ଣେ ଠକକେନ୍ଦୁଝରର ଜଣେ ବ୍ୟବସାୟୀଙ୍କଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଗତ ୨ ବର୍ଷ ମଧ୍ୟରେ ବ୍ୟବସାୟୀଙ୍କୁ ଏପରି ଠକେଇ କରିଥିବା ଜଣାପଡ଼ିଛି। ଏନେଇ ବ୍ୟବସାୟୀ ଜଣକ  କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି। ହାଇଦ୍ରାବାଦର ୧୦ ଜଣ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।  ଏପରି ଏକ ବଡ଼ ଠକେଇର ଶିକାର ହୋଇଛନ୍ତି କେନ୍ଦୁଝରର ଜଣେ ବ୍ୟବସାୟୀ ପ୍ରମୋଦ କୁମାର ରାଉତ ।

ତାଙ୍କ ଅଭିଯୋଗ ଯେ ୨୦୧୯ ମସିହାରେ ଠକ ଜଣଙ୍କ ପ୍ରମୋଦଙ୍କୁ ବାରମ୍ବାର ଫୋନ୍ କରି ନିଜକୁ ଇନ୍ସୁରାନ୍ସ ରେଗୁଲେଟୋରି ଡେଭଲପମେଣ୍ଟ ଅଥରିଟିର ଜଣେ ଅଧିକାରୀ ବୋଲି ପରିଚୟ ଦେଲେ। ଏପରିକି ରାହତ କୋଶ ଯୋଜନାରେ ପୁଞ୍ଜି ଖଟାଇଲେ ଭଲ ଜମାରାଶି ପାଇବେ ବୋଲି ଲୋଭ ଦେଖାଇଲେ।

ସମ୍ପୃକ୍ତ ଠକଙ୍କ କଥାକୁ ବିଶ୍ୱାସ କରିନେଲେ ପ୍ରମୋଦ । ଏହାପରେ ଭିନ୍ନ ସମୟରେ ଦିଆଯାଇଥିବା ଆକାଉଣ୍ଟରେ ବ୍ୟବସାୟୀଜଣଙ୍କ ଟଙ୍କା ଡିପୋଜିଟ୍ କରିଚାଲିଲେ। ୨୦୧୯ରୁ ୨୦୨୧ ମଧ୍ୟରେ  ପ୍ରାୟ ୨କୋଟି ୩୫ ଲକ୍ଷ ନେଣଦେଣ ହୋଇଥିବା ଜଣାପଡ଼ିଛି ।

ହେଲେ କିଛି ଦିନ ପରେ ସମ୍ପୃକ୍ତ ଠକର ଫୋନ୍ ସୁଇଚ ଅଫ୍ ଆସିବାରୁ ପ୍ରମୋଦ ଏକ ବଡ଼ ସ୍କାମର ଶିକାର  ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ  କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହେବା ସହ ହାଇଦ୍ରାବାଦର ୧୦ ଜଣ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।