ବଲିଉଡରେ ରୁବିନା
ବଲିଉଡରେ ରୁବିନା
ମୁମ୍ବାଇ: ‘ବିଗ୍ ବସ୍ ୧୪‘ର ବିଜେତା ରୁବିନା ଦିଲୈକ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଅର୍ଦ୍ଧ’ର ଫାଷ୍ଟ ଲୁକ୍ ରିଲିଜ ହୋଇଛି। ଏଥିରେ ହିତେନ ତେଜଓ୍ଵାନୀ, ରାଜପାଲ ଯାଦବ ଏବଂ କୁଲଭୂଷଣ ଖରବନ୍ଦା ପ୍ରମୁଖ ଭୂମିକାରେ ନଜର ଆସିବେ। ଶିବରାତ୍ରି ଅବସରରେ ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଛି। ଆଉ ରୁବିନାଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ରୁବିନା ଏହି ଲୁକ୍ରେ ଜଣେ ଗ୍ରାମୀଣ ମହିଳାଙ୍କ ବେଶଭୂଷାରେ ନଜର ଆସିଛନ୍ତି।
ରୁବିନା ଏହି ଲୁକ୍ରେ ମେରୁନ ରଙ୍ଗର ଶାଢି ପିନ୍ଧି ବେକରେ ମଙ୍ଗଳସୂତ୍ର ଏବଂ ମଥାରେ ସିନ୍ଦୁର ପିନ୍ଧିଥିବା ନଜର ଆସିଛନ୍ତି। ପୋଷ୍ଟ ରିଲିଜ ସହିତ ଫିଲ୍ମଟି ଓଟିଟି ପ୍ଲାଟଫର୍ମର ରିଲିଜ ହେବ ବୋଲି କୁହାଯାଇଛି। ଫିଲ୍ମ କେବେ ରିଲିଜ ହେବ ଏଯାଏଁ ତାରିଖ ଘୋଷଣା ହୋଇନାହିଁ।
ଏଥିରେ ରୁବିନାଙ୍କ ନାମ ମଧୁ ରହିଛି। ଫିଲ୍ମର ନିର୍ଦ୍ଦେଶନା ପଲାଶ ମଞ୍ଚୁଲା କରୁଛନ୍ତି। ଏହା ରୁବିନାଙ୍କ ପ୍ରଥମ ଫିଲ୍ମ। ପୋଷ୍ଟର ସେୟାର କରି ରୁବିନା ଲେଖିଛନ୍ତି, ‘ ମହାଶିବରାତ୍ରି ଦିନ ଠାରୁ ଆଉ ଭଲ ଦିନ କିଛି ନାହିଁ। ‘ଅର୍ଦ୍ଧ’ରୁ ମୋର ଫାଷ୍ଟ ଲୁକ୍ ମଧୁ ରୂପେ। ହର ହର ମହାଦେବ।
ଅଗଷ୍ଟ ୨୦୨୧ରେ ଫିଲ୍ମର ପ୍ରଥମ ପୋଷ୍ଟର ଆସିଥିଲା। ଏହା ସହିତ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ରୁବିନା ସେହି ସମୟରେ ପୋଷ୍ଟର ସେୟାର କରି ଲେଖିଥିଲେ ‘ ନୂଆ ଆରମ୍ଭ’। ଫିଲ୍ମରେ ରାଜପାଲ ଯାଦବ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ।