କିବ୍‌ରେ ଗୁଳିମାଡ଼ର ଶିକାର ହେଲେ ଭାରତୀୟ ଛାତ୍ର

କିବ୍‌ରେ ଗୁଳିମାଡ଼ର ଶିକାର ହେଲେ ଭାରତୀୟ ଛାତ୍ର

କିବ୍‌ରେ ଗୁଳିମାଡ଼ର ଶିକାର ହେଲେ ଭାରତୀୟ ଛାତ୍ର

କିବ: ୟୁକ୍ରେନର ରାଜଧାନୀ କିବ୍ରେ ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ ଭାରତୀୟ ଛାତ୍ର। ଏ ବାବଦରେ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ସୂଚନା ଦେଇଥିବା ଜଣାପଡ଼ିଛି। ସେ କିବ୍ରୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଏପରି ଗୁଳିମାଡ଼ର ଶିକାର ହୋଇଥିବା ଜଣାପଡ଼ିଛି। ଦୁଇ ଦିନ ତଳେ ଖାରକିଭରେ ରୁଷ କରିଥିବା ବୋମା ମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ପୋଲାଣ୍ଡରେ ୟୁକ୍ରେନରୁ ଆସୁଥିବା ଭାରତୀୟଙ୍କ ଘର ବାହୁଡ଼ାର କାର୍ୟ୍ୟର ତଦାରଖ କରୁଛନ୍ତି। ସେଠାରେ ସେ କହିଛନ୍ତି ଯେ କିବ୍ରେ ଆକ୍ରମଣ ଜୋରଦାର ହେଉଥିବାରୁ ଦୂତାବାସ ପକ୍ଷରୁ ସମସ୍ତଙ୍କୁ ସେଠାରୁ ଚାଲିଯିବାକୁ କୁହାଯାଇଥିଲା। ଏହିକ୍ରମରେ ଭାରତୀୟମାନେ ମଧ୍ୟ କିବ୍ ଛାଡ଼ିବା ଆରମ୍ଭ କରିଥିଲେ। ତେବେ ଜଣେ ଭାରତୀୟ ଛାତ୍ର କିବ୍ ଛାଡ଼ୁଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ପରେ ତାଙ୍କୁ କିବ୍ ଭିତରକୁ ନିଆଯାଇଥିଲା। ଏବେ ଛାତ୍ର ଜଣଙ୍କ ସେଠାରେ ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଉଦ୍ଧାର କାର୍ୟ୍ୟ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି, ୟୁକ୍ରେନରୁ ଉଦ୍ଧାର ଅପେକ୍ଷାରେ ପ୍ରାୟ ୧୭ଶହ ଭାରତୀୟ ଶିକ୍ଷାର୍ଥୀ ଅପେକ୍ଷା କରିଛନ୍ତି।