ଆୟୁଷ୍ମାନ ତର୍ଜମା କରିବୁ : ନବ ଦାସ

ଆୟୁଷ୍ମାନ ତର୍ଜମା କରିବୁ : ନବ ଦାସ

ଆୟୁଷ୍ମାନ ତର୍ଜମା କରିବୁ : ନବ ଦାସ
ଭୁବନେଶ୍ୱର: ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ଆଲୋଚନା ହୋଇଛି । ଆୟୁଷ୍ମାନ ଭାରତ ଯୋଜନାକୁ ତର୍ଜମା କରିବୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କେନ୍ଦ୍ର ପ୍ରଥମେ ପ୍ରସ୍ତାବ ଦେଉ, ତାପରେ ଆମେ ତର୍ଜମା କରିବୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଆମେ ଲାଗୁ କରିଥିବା ବିଜୁ ସ୍ୱାସ୍ଥ୍ୟ ଯୋଜନା ସବୁଠାରୁ ଶ୍ରେଷ୍ଠ ଯୋଜନା । ଆୟୁଷ୍ମାନ ଲାଗୁ ପାଇଁ ଯେହେତୁ କେନ୍ଦ୍ର ଅନୁରୋଧ କରୁଛି ତେଣୁ ସେ ପ୍ରସ୍ତାବ ଦେଉ । କେନ୍ଦ୍ର ପ୍ରସ୍ତାବ ଦେଲେ ଆମେ ତର୍ଜମା କରି ସେ ଉପରେ ଯାହା ନିଷ୍ପତି ନେବୁ । ଯଦି ଓଡିଶାବାସୀଙ୍କ ପାଇଁ ଭଲ ଯୋଜନା ହୋଇଥିବ ତେବେ ଆମେ ବିଚାର କରିବୁ । ତେବେ ଏଯାଏ କିଛି ନିଷ୍ପତି ନେଇନୁ ବୋଲି କହିଛନ୍ତି ନବ ଦାସ ।