ବଢିଛି ଅଭିବୃଦ୍ଧି ହାର

ବଢିଛି ଅଭିବୃଦ୍ଧି ହାର

 ବଢିଛି ଅଭିବୃଦ୍ଧି ହାର
ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ୨୦୧୮-୧୯ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ୭.୪%ରୁ ୮.୪%କୁ ବୃଦ୍ଧି ପାଇଛି । ହରିୟାଣା, ପଞ୍ଜାବ, କେରଳ, ଛତିଶଗହ ଓ ମଧ୍ୟପ୍ରଦେଶ ଠାରୁ ଅଭିବୃଦ୍ଧି ହାର ବେଶି ରହିଛି । କୃଷି କ୍ଷେତ୍ରରେ ୪୮% କର୍ମଚାରୀ ନିଯୁକ୍ତି ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୨-୧୩ କୃଷି କ୍ଷେତ୍ରରେ ମାସିକ ଆୟ ଘରପିଛା ୪୯୭୬ ଟଙ୍କା ରହିଥିଲା । ସେହିପରି ୨୦୧୬-୧୭ କୃଷି କ୍ଷେତ୍ରରେ ମାସିକ ଆୟ ଘରପିଛା୭୭୩୧ ଟଙ୍କା ରହିଥିଲା । ଶିଶୁ ମୃତ୍ୟୁହାରରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କମ୍ ରହିଛି । ଓଡିଶାରେ ସ୍ୱାକ୍ଷରତା ହାର ବିଗତ ଦଶନ୍ଧିରେ ଦ୍ରୁତ ଗତିରେ ବଢିଛି । ୨୦୧୧ ଜନଗଣାରେ ସାକ୍ଷରତା ହାର ୭୨.୯ ପ୍ରତିଶତ ରହିଛି । ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରରେ ବ୍ୟାପକ ଉନ୍ନତି ଆସିଛି ।