ପିଆଜ ଖାଇଲେ ହେବ ଏସିଡିଟି
ପିଆଜ ଖାଇଲେ ହେବ ଏସିଡିଟି
ଭୁବନେଶ୍ୱର: ଭାରତୀୟ ବ୍ୟଞ୍ଜନରେ ପିଆଜ ମିଶିବା ମୁଖ୍ୟ କଥା । ପଞ୍ଜାବ, ହରିୟାଣା, ଦିଲ୍ଲୀରେ ଲୋକେ କଞ୍ଚା ପିଆଜ ଖାଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ପୋଷକତତ୍ତ୍ୱରେ ଭରପୂର ପିଆଜ ଖାଇଲେ ଶରୀରକୁ ଶକ୍ତି ମିଳେ । ହେଲେ ବର୍ତ୍ତମାନ ହୋଇଥିବା ଗବେଷଣାରୁ ଜଣାପଡିଛି ଅଧିକ ପିଆଜ ଖାଇଲେ ଅମ୍ଲ ସମସ୍ୟା ବଢେ । ତରକାରିରେ କମ ପରିମାଣ ପିଆଜ ମିଶାଇବାକୁ ଗବେଷଣାଦଳ ପରାମର୍ଶ ଦେଇଛନ୍ତି ।
କଞ୍ଚା ପିଆଜ ଖାଇବା ଭଲ ହେଲେ ପିଆଜ ତିଆରି ତରକାରି କମ ଖାଇବାକୁ ଚେଷ୍ଟା କରନ୍ତୁ । ଆଜିକାଲି କେତୋଟି ରେସ୍ତୋରାଁରେ ପିଆଜକୁ ଭିନେଗାରରେ ମିଶାଇ ଖାଇବାକୁ ପରଷାଯାଉଛି । ଏଭଳି ପରଷା ଯାଉଥିବା ପିଆଜ ଖାଆନ୍ତୁ ନାହିଁ । ପିଆଜ ଅଧିକ ଭାଜନ୍ତୁନି ପୋଷକତତ୍ତ୍ୱ ନଷ୍ଟ ହେବା ସହ ଏମିତି ଭଜା ପିଆଜ ଖାଇଲେ ଅମ୍ଲ ହୁଏ ।




admin 