ଲିଭରକୁ ଏମିତି ରଖନ୍ତୁ ସୁସ୍ଥ

ଲିଭରକୁ ଏମିତି ରଖନ୍ତୁ ସୁସ୍ଥ

ଲିଭର ହେଉଛି ଶରୀରର ପାୱାର ହାଉସ୍‌ । ଶରୀରକୁ ସୁସ୍ଥ ରଖିବା ପାଇଁ ଲିଭର ସଠିକ ସାଇଜ ରହିବା ନିତାନ୍ତ ଆବଶ୍ୟକ ।

ବିଶେଷଜ୍ଞଙ୍କ ଅନୁସାରେ କଫି ସେବନ ଲିଭର ପାଇଁ ବିଶେଷ ଫଳଦାୟୀ । ଏହା ଲିଭରରେ ଆଣ୍ଟିଅକ୍ସିଡାଣ୍ଟ ସ୍ତର ବୃଦ୍ଧି କରିବା ସହିତ ଲିଭରର ଫୁଲିବାକୁ ହ୍ରାସ କରିଥାଏ । ଏଥପାଇଁ ଆପଣ କଫିରେ କ୍ଷୀର ଓ ଚିନି କମ୍‌ କରି ଦିନକୁ ଅତି ବେଶିରେ ଦୁଇ କପ ପିଅନ୍ତୁ ।

ବିଟ ରସରେ ନାଇଟ୍ରେଟ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି । ଏହା ଲିଭର ଫୁଲାକୁ ହ୍ରାସ କରିବାରେ ସହାୟତା କରିଥାଏ ।

ଲିଭର ପାଇଁ ହଳଦୀ ଖୁବ୍‌ ଭଲ । ଏଥିରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ନିୟମିତ ହଳଦୀ ସେବନ କଲେ ଫ୍ୟାଟି ଲିଭର ସମସ୍ୟା ଭଲ ହୋଇଥାଏ ।