ଏଣିକି ଗରମ ଦିନରେ ଆରାମ ଦେବ ହ୍ୟାଙ୍ଗିଙ୍ଗ୍ ଫ୍ୟାନ୍ ।

ଏଣିକି ଗରମ ଦିନରେ ଆରାମ ଦେବ ହ୍ୟାଙ୍ଗିଙ୍ଗ୍ ଫ୍ୟାନ୍ ।

ଏଣିକି ଗରମ ଦିନରେ ଆରାମ ଦେବ ହ୍ୟାଙ୍ଗିଙ୍ଗ୍ ଫ୍ୟାନ୍ ।
ଗ୍ରୀଷ୍ମଦିନର ପ୍ରଭାବ ଆଉ ଦିନ କେଇଟାରେ ଅନୁଭବ କରିହେବ । ଲୋକେ ଏବେ ଠାରୁ ସତର୍କ ହୋଇଗଲେଣି । କେହି ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ମରାମତି କରାଉଥିବା ବେଳେ ଅନ୍ୟ କେହି ଘରେ ନୂଆ ଫ୍ୟାନ କିଣି ଲଗାଉଛନ୍ତି । ଭାରତର ପ୍ରମୁଖ ପ୍ରାନ୍ତରେ ଗ୍ରୀଷ୍ମର ତାତି ଅସହ୍ୟ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଏକ ବିଦେଶୀ କମ୍ପାନୀ ‘ପୋର୍ଟେବୁଲ ଫ୍ୟାନ’ ତିଆରି କରିଛି । ଖୁବ ଶୀଘ୍ର ଏହା ଭାରତୀୟ ବଜାରରେ ଓ ଅନଲାଇନ ସାଇଟରେ ଉପଲବ୍ଧ ହେବ । ହେଡଫୋନ ଆକୃତିର ଏହି ଫ୍ୟାନକୁ ଆପଣ ପ୍ରତ୍ୟେକ ସ୍ଥାନକୁ ନେଇପାରିବେ । ହାଲୁକା ହୋଇଥିବା ବେଳେ ଥରେ ଚାର୍ଜ କଲେ ଫ୍ୟାନଟି ୧୨ ଘଣ୍ଟାରୁ ଅଧିକ ସମୟ ଚାଲିବ । କମ୍ପାନୀ ମୁଖ୍ୟଙ୍କ ମତରେ ଆପଣ ଚାହିଁଲେ, ଫ୍ୟାନରେ ଅତର ପକାଇପାରିବେ । ପୁରା ଦିନ ଏହାର ବାସ୍ନା ଆପଣଙ୍କ ମନକୁ ଶାନ୍ତ ରଖିବାରେ ସହାୟକ ହେବ । ହ୍ୟାଙ୍ଗିଙ୍ଗ ଫ୍ୟାନର ଗତିକୁ ନିୟନ୍ତ୍ରଣ କରାଯାଇ ପାରିବ ଓ ଏହାର ମୂଲ୍ୟ ୫ ହଜାର ଟଙ୍କାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।