କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ଲଢ଼େଇ
କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ଲଢ଼େଇ
admin
Apr 2, 2019 - 05:16
Updated: Apr 2, 2019 - 05:16
କେନ୍ଦ୍ରାପଡା: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ଲୋକସଭା ଆସନ ଲାଗି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା । ଏହାର କିଛି ଦିନ ପରେ ବିଜେଡି ସିନେ ତାରକା ତଥା ରାଜ୍ୟ ସାଂସଦ ଅନୁଭବ ମହାନ୍ତିଙ୍କୁ ଚୟନ କରିଥିଲା ପ୍ରତିଦ୍ୱନ୍ଦି ଭାବେ । ଏପଟେ କଂଗ୍ରେସର ଧରଣୀଧର ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି । ଏଥର କେନ୍ଦ୍ରାପଡା ଲୋକସଭା ଆସନ ଲାଗି ତ୍ରିମୁଖୀ ଲଢ଼େଇ ସ୍ପଷ୍ଟ ହୋଇଯାଇଛି । ଶିଳ୍ପପତି ଓ ସିନେ ଲଢ଼େଇରେ ସାମିଲ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ।
ଧରଣୀଧର କେନ୍ଦ୍ରାପଡା ଳାଗି ନୂଆ ନୁହନ୍ତି ସେ ୨୦୧୪ରେ କଂଗ୍ରେସ ଟିକେଟରୁ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରିସାରିଛନ୍ତି । ଅଚାନକ ଆର୍ବିଭାବ ହୋଇଥିଲେ ମଧ୍ୟ ଗତ ନିର୍ବାଚନରେ ଭଲ ଭୋଟ ପାଇ ଥିଲେ । ପ୍ରତିପକ୍ଷ ଶିବିରକୁ ଆଚମ୍ବିତ କରିଥିଲା ତାଙ୍କ ପ୍ରଦର୍ଶନ । ତା ପରେ ସେ କେନ୍ଦ୍ରାପଡା ମାଟିର ପୁଅ ଯାହାକୁ ପ୍ରସଙ୍ଗ କରିଛି କଂଗ୍ରେସ । ଏପଟେ ସିପେ ତାରକା ଅନୁଭବ ମହାନ୍ତି କେନ୍ଦ୍ରାପଡା ମାଟି ଲାଗି ସମ୍ପୂର୍ଣ୍ଣ ନୂଆ ହେଲେ ବି ବିଭିନ୍ନ ସମୟରେ ତାଙ୍କ ପ୍ରଶଂସକ ମାନେ ତାଙ୍କୁ କେନ୍ଦ୍ରାପଡା ସହ ଯୋଡିବାକୁ ପ୍ରୟାସ କରିଛନ୍ତି । ଅନୁଭବ ପୂର୍ବରୁ କେବେ ପ୍ରତ୍ୟକ୍ଷ ନିର୍ବାଚନରେ ଅଂଶଗ୍ରହଣ କରିନଥିବା ବେଳେ ତାଙ୍କ ଲାଗି ସମ୍ପୂର୍ଣ୍ଣ ନୂଆ । ପୁଣି କେନ୍ଦ୍ରାପଡା ଲୋକସଭା ଆସନ ନିର୍ବାଚନରେ ଜଣେ ଅଭିନେତା ପ୍ରତିଦ୍ୱନ୍ଦିତା କରିବା ଅଂଚଳବାସୀଙ୍କ ଲାଗି ନୂଆ ଅନୁଭୂତି । ଫିଲ୍ମି ତାରକାକୁ ନେଇ ଲଢ଼ବାକୁ ଯାଉଛିି ବିଜେଡି ଯାହା କେନ୍ଦ୍ରାପଡା ଲୋକସଭା ନିର୍ବାଚନ ଇତିହାସରେ ବିରଳ ।
କେନ୍ଦ୍ରାପଡାରେ ୨୦୧୪ରେ ବିଜେଡି ଟିକେଟରୁ ବୈଜୟନ୍ତ ଅବତୀର୍ଣ୍ଣ ହୋଇ ମୋଟ ୬ଲକ୍ଷ ୨୩ ଖଣ୍ଡ ଭୋଟ ହାସଲ କରିଥିଲେ । ଯେତେବେଳେକି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କ ଖାତାରେ ପଡିଥିଲା ୩ ଲକ୍ଷ ୯୦ ହଜାର ୭୨୩ ଖଣ୍ଡ ଭୋଟ । ବିଜେପି ପ୍ରାର୍ଥୀ ହୋଇଥିବା ଜ୍ଞାନଦେବ ବେଉରାଙ୍କ ଭାଗରେ ପଡିଥିଲା ୮୦ ହଜାର ୩୯୨ଖଣ୍ଡ ଭୋଟ ।
ଗତ ନିର୍ବାଚନରେ କୌଣସି ବିଧାନସଭା କ୍ଷେତ୍ର ଦଖଲରେ ସମର୍ଥ ହୋଇ ପାରିନଥିବା ବିଜେପି ଏଥର ୭ଟି ବିଧାନସଭା କ୍ଷେତ୍ରକୁ ମଜଭୁତ କରିବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି । ସାଲେପୁର ବିଧାୟକ ପ୍ରକାଶ ବେହେରା, ରାଜନଗର ପୂର୍ବତନ ବିଧାୟକ ଅଲେଖ ଜେନା, ଆଳିରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କୁ ପ୍ରାର୍ଥୀ କରାଇଛି । ତା ବାଦ ପାଟକୁରା, ମହାକାଳପଡା, କେନ୍ଦ୍ରାପଡାରେ ବି ପ୍ରତିପକ୍ଷଙ୍କୁ ଟକ୍କର ଦେବା ଭଳି ପ୍ରାର୍ଥୀ ଖୋଜୁଛି ଦଳ । ଏଣେ ବିଜେଡି ଛାଡି ଯିବା ପରେ ବୈଜୟନ୍ତ ବିଜେପି ନେତା, କର୍ମୀଙ୍କ ମଧ୍ୟରେ ଏଯାଏ ମିଶି ପାରିନାହାନ୍ତି, ସେମିତି ଗ୍ରହଣୀୟ ହୋଇନଥିବା ଜଣାପଡିଛି । ଏଠାରୁ ୨୦୦୪ରେ ଅର୍ଚ୍ଚନା ନାୟକ ବିଜେଡି ଟିକେଟରୁ ୮୬ ହଜାର ୮୪୩ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ ।