ବଡ ଆଖିଧାରୀ କୁକୁର

ବଡ ଆଖିଧାରୀ କୁକୁର

ବଡ ଆଖିଧାରୀ କୁକୁର
କୁକୁରକୁ ଘରେ ଆମେ ପାଳିଥାଉ । ମୁଖ୍ୟତଃ ପିଲାମାନଙ୍କ ପସନ୍ଦର ପଶୁ ହେଉଛି କୁକୁର । ପୃଥିବୀରେ ଅନେକ ପ୍ରଜାତିର ଏବଂ ଅନେକ ପ୍ରକାରର କୁକୁର ଅଛନ୍ତି । ଆଜିକାଲି କିଛି କୁକୁରଙ୍କୁ ବିଭିନ୍ନ ସୋ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଉଥିବାର ମଧ୍ୟ ଦେଖାଯାଉଛି । ସେଭଳି ଏକ ଭିନ୍ନ ଧରଣର କୁକୁର ହେଉଛି ବୋଷ୍ଟନ ଟେରିୟର । ପ୍ରଜାତିର ଏକ କୁକୁର ବୃଶ୍ଚି । ଆମେରିକୀୟ ମାଲିକଙ୍କ କୁକୁର ବୃଶ୍ଚିର ଅସ୍ୱାଭାବିକ ବଡ ଆଖି ହେତୁ ସେ ସ୍ଥାନ ପାଇଛି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ । ଏହାର ପ୍ରତ୍ୟକ ଆଖିର ଗୋଲେଇ ହେଉଛି ୨୮ ମିଲିମିଟର ଯାହାକି ସମାନ୍ୟ କୁକୁର ଆଖି ଠାରୁ ବହୁତ ବଡ । ବୃଶ୍ଚି ବିଷୟରେ ସମସ୍ତ ତଥ୍ୟ ଯାଂଚ କରିବା ପରେ ତାକୁ ପୃଥିବୀର ସବୁଠାରୁ ବଡ ଆଖିଧାରୀ କୁକୁର ଭାବେ ପରିଚିତ କରାଯାଇଛି ।