ମନସ୍କାମନା ପରେ କ’ଣ କରିବେ?

ମନସ୍କାମନା ପରେ କ’ଣ କରିବେ?

 ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମନସ୍କାମନା ପୂରଣ ପାଇଁ ଯାହା କିଛି କରିବାକୁ ଠାକୁରଙ୍କ ପାଖରେ ପ୍ରତିଜ୍ଞା କରୁଛନ୍ତି, ସେ କଥାକୁ ଅବଶ୍ୟ ପୂରଣ କରନ୍ତୁ । ଯେତେଦିନ ପର୍ଯ୍ୟନ୍ତ ସେହି କାମ କରି ନାହାନ୍ତି, ମନୋସ୍କାମନା ଅଧୁରା ରହେ ।

ମନୋବାଞ୍ଛା ପୂରଣ ହେଲେ ଘରେ ବ୍ରାହ୍ମଣ ଭୋଜନ କରାଇବା ଉଚିତ । କୌଣସି ମନସ୍କାମନା ବ୍ରାହ୍ମଣ ଭୋଜନ ବିନା ପୂରା ହୋଇନଥାଏ । ଭଗବାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଜପ ତଥା କୀର୍ତ୍ତନ କରିବେ । ଏହାଦ୍ୱାରା ଘରେ ସୁଖ ଶାନ୍ତି ଲାଭ ହୁଏ । ତେବେ ମନସ୍କାମନା ପୂରଣ ହେଲେ ଠାକୁରଙ୍କ ପାଖରେ ନଡ଼ିଆ ଲାଗି କରିବା ଦରକାର ।

ଯଦି କୌଣସି କାରଣ ପାଇଁ ବ୍ରାହ୍ମଣ ଭୋଜନ କରାଇ ପାରୁନାହାନ୍ତି, ତେବେ ଘରେ କନ୍ୟା ଭୋଜନ ଅବଶ୍ୟ କରାନ୍ତୁ ।