ମହାକାଶରେ ଘର ନିର୍ମାଣ କରିବ ରୋବୋ

ମହାକାଶରେ ଘର ନିର୍ମାଣ କରିବ ରୋବୋ

ମହାକାଶରେ ଘର ନିର୍ମାଣ କରିବ ରୋବୋ
ମହାକାଶରେ ବାସସ୍ଥଳୀଠୁ ଆରମ୍ଭ କରି ଉଡ଼ାଜାହାଜ ଓ ପୃଥିବୀରେ ଘର ନିର୍ମାଣ ଲାଗି ବୈଜ୍ଞାନିକମାନେ ନୂଆ ପ୍ରକାର ରୋବୋ ବିକାଶ କରିଛନ୍ତି, ଯାହା ମଣିଷର ବିଶାଳ ଢ଼ାଞ୍ଚା ନିର୍ମାଣ ତରିକାକୁ ବଦଳାଇ ପାରିବ । ଇଂରାଜୀ ଅକ୍ଷର ‘ଭି’ ଆକୃତିର ଏହି ମେସିନ ଗୁଡ଼ିକ ‘ବାଲପେଡାଏ ଇଷ୍ଟ୍ରୋପିଜ ଲାଟିସ ଲୋକୋମୋଟିଂ ଏକ୍ସପ୍ଲୋରର୍ସ ବା ବିଲ୍-ଇ ନାମରେ ପିରିଚିତ । ମେସିନର ଦୁଇଟି କ୍ଷୁଦ୍ର ହାତ ରହିଛି, ଯାହା ଘର ବା କୌଣସି ସୌଧର ଢ଼ାଞ୍ଚାକୁ ଖଣ୍ଡ ଖଣ୍ଡ କରି ଠିଆ କରାଏ । ଏହି ଉପକରଣ ରୋବୋକୁ ଗଛ ପତ୍ରରେ ରହୁଥିବା ଜିଆ ଭଳି ଗତି କରିବାରେ ସାହାଯ୍ୟ କରେ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଜିଆ ଭଳି ରୋବୋଟି ନିଜ ଶରୀରକୁ ସଙ୍କୁୁଚିତ ଓ ପ୍ରସାରିତ କରେ । ମାସାତୁସେଟ୍ସ ଇନଷ୍ଟିଚୁ୍ୟଟ ଅଫ୍ ଟେକ୍ନୋଲୋଜିର ଦଳେ ବୈଜ୍ଞାନିକଙ୍କ ଦ୍ୱାରା ବିଲ୍-ଇ ରୋବୋ ପ୍ରସ୍ତୁତ ହୋଇଛି । ସେମାନେ ରୋବୋକୁ ଏଭଳି ଭାବେ ପ୍ରସ୍ତୁତ କରିଛନ୍ତି । ଯାହା ଦ୍ୱାରା ମହାକାଶରେ ବାସସ୍ଥଳୀଠାରୁ ଆରମ୍ଭ କରି ବିମାନ ଓ ପୃଥିବୀର ଘର ନିର୍ମାଣ ନିମିତ୍ତ ଢ଼ାଞ୍ଚା ଏହା ପ୍ରସ୍ତୁତ କରିପାରିବ ।