ନଦୀ ସ୍ନାନର ମହତ୍ତ୍ୱ କଣ?
ଭାରତରେ ନଦୀକୁ ଦେବୀର ସ୍ଥାନ ପ୍ରଦାନ କରାଯାଇଛି ।
ସପ୍ତ ନଦୀ - ଗଙ୍ଗା, ଯମୁନା, ସିନ୍ଧୁ, ନର୍ମଦା, ଗୋଦାବରୀ, କୃଷ୍ଣା, କାବେରୀରେ ଦାନ କରିବାର ନିୟମ ଶାସ୍ତ୍ରରେ ଅଛି । ପବିତ୍ର ନଦୀରେ ସ୍ନାନ କଲେ ପୂଣ୍ୟ ମିଳିବା ସହ ସମୃଦ୍ଧି ମିଳିଥାଏ ।
ନଦୀ ସ୍ନାନରେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ଏହା ସହ ମନ ଓ ମସ୍ତିଷ୍କ ମଧ୍ୟ ପବିତ୍ର ହୁଏ । ନଦୀ ସ୍ନାନ ଦ୍ୱାରା ଅନ୍ତଃମନ ଶାନ୍ତ ହୋଇଥାଏ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ଗ୍ରହ ଦୋଷ ମଧ୍ୟ ଦୂର ହୁଏ ।
ନଦୀରେ ସର୍ବଦା ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଉଚିତ । ସ୍ନାନ ସମୟରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ କରିବା ଦରକାର । ନଦୀରେ କେବେ ବି ବସ୍ତ୍ର ଧୋଇବା ଉଚିତ ନୁହେଁ ।




admin 