ଦେଢ଼ ଲକ୍ଷ ବାଛୁରୀଙ୍କ ବାପା
ଦେଢଲକ୍ଷ ବାଛୁରୀଙ୍କ ବାପା
ହରିୟାଣାର ଏକ ବିଶାଳକାଳ ଷଣ୍ଢ ହେଉଛି ଯୁବରାଜ । ଏହି ଷଣ୍ଢଟି ଦେଢ଼ ଲକ୍ଷ ବାଛୁରୀଙ୍କ ବାପା ହୋଇସାରିଲାଣି । ଦିନକୁ ୧୨ କେଜି ପରିବା ଓ ୨୦ ଲିଟର କ୍ଷୀର ଖାଉଥିବା ଯୁବରାଜ ଦେଖିବାକୁ ବେଶ ଆକର୍ଷଣୀୟ । ଏହାର ଶୁକ୍ରାଣୁ ଏକ ନମ୍ବର । ଗୋଟିଏ ଥରରେ ଏହା ୫ ଶହ ଡୋଜ ଶୁକ୍ରାଣ ଦେଇଥାଏ । ଯୁବରାଜ ଶୁକ୍ରାଣୁରୁ ଜାତ ବାଛୁରୀ ଭଲ ବଳଦ ଅବା ଗାଈ ହୋଇଥା’ନ୍ତି । ବର୍ଷକୁ ଏହି ଷଣ୍ଢ ପାଇଁ ତାଙ୍କର କୋଟିଏ ଟଙ୍କା ରୋଜଗାର ହୋଇଥାଏ ବୋଲି ତା’ ମାଲିକ କହିଛନ୍ତି । ଏମିତିକି ଏହି ଷଣ୍ଢକୁ କିଣିବାକୁ ଲୋକେ ଦଶ କୋଟି ଟଙ୍କା ବି ଯାଚୁଛନ୍ତି । ହେଲେ ପୁଅ ଭଳି ପାଳୁଥିବାରୁ ସେ ବିକ୍ରି କରୁନାହାନ୍ତି ।




admin 