୮ ସେକେଣ୍ଡ ପାଇଁ ନିୟମ ଭାଙ୍ଗି ୨ଲକ୍ଷ ୫୭ ହଜାର ଜରିମାନା , ଜାଣନ୍ତୁ କାହିଁକି

୮ ସେକେଣ୍ଡ ପାଇଁ ନିୟମ ଭାଙ୍ଗି ୨ଲକ୍ଷ ୫୭ ହଜାର ଜରିମାନା , ଜାଣନ୍ତୁ କାହିଁକି

୮ ସେକେଣ୍ଡ ପାଇଁ ନିୟମ ଭାଙ୍ଗି ୨ଲକ୍ଷ ୫୭ ହଜାର ଜରିମାନା , ଜାଣନ୍ତୁ କାହିଁକି
ତାଇଓ୍ବାନ : ସାରା ବିଶ୍ବରେ କରୋନା ତା’ର ପ୍ରକୋପ ଜାରି ରଖିଛି । ଯଦିଓ ଏବେ କରୋନାକୁ ନେଇ ଜାରି ହୋଇଥିବା କଠୋର କଟକଣାରେ ଟିକେ କୋହଳ କରାଯାଇଛି । କିନ୍ତୁ ଏବେବି ଅନେକ ଦେଶରେ କରୋନାକୁ ନେଇ ଜାରି ହୋଇଥିବା କଟକଣାକୁ କଡାକଡି କରାଯାଉଛି । ତାଇଓ୍ବାନରେ ଜଣେ ବ୍ୟକ୍ତି କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ମାତ୍ର ୮ ସେକେଣ୍ଡ ପାଇଁ ବ୍ୟକ୍ତିଜଣକ କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି ୩୫୦୦ ଡଲାର୍‌ ଅର୍ଥାତ୍‌ ୨ ଲକ୍ଷ ୫୭ ହଜାର ୪୯୫ଟଙ୍କା ଜରିମାନା ଭରିଛନ୍ତି । ବ୍ୟକ୍ତିଜଣକ ଜଣେ ପ୍ରବାସୀ କର୍ମଚାରୀ ରୂପେ ସୂଚନା ରହିଛି । ସେ କ୍ବାୟୋସିୟୁଙ୍ଗ ସିଟିର ଏକ ହୋଟେଲ୍‌ରେ କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିଲେ । ସେ ନିଜ ରୁମ୍‌ରୁ ବାହାରି ହଲ୍‌ ପର୍ୟ୍ୟନ୍ତ ଯାଇଥିବାରୁ ତାଙ୍କୁ ଅର୍ଥଦଣ୍ଡର ସମ୍ମୁଖୀନ ହେବାକୁ ପଡିଛି । ଫିଲିଫାଇନ୍ସର ଏହିବ୍ୟକ୍ତିଜଣକ ହୋଟେଲ୍‌ରେ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ହୋଟେଲ୍‌ର କର୍ମଚାରୀ ସିସିଟିଭ୍‌ ଫୁଟେଜ୍‌ରୁ ତାଙ୍କୁ କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରୁଥିବାର ଦେଖିଦେଇଥିଲେ । ଏହାପରେ କର୍ମଚାରୀଜଣକ ସ୍ବାସ୍ଥ୍ୟ ବିଭାଗକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ସ୍ବାସ୍ଥ୍ୟ ଅଧିକାରୀ ଏହାର ଯାଞ୍ଚ କରି ତାଙ୍କ ଉପରେ ୧,୦୦,୦୦୦ ତାଇଓ୍ବାନୀ ଡଲାର ଅର୍ଥାତ୍‌ ୩,୫୦୦ ଆମେରିକୀୟ ଡଲାରର ଅର୍ଥ ଦଣ୍ଡ ଲଗାଇଥିଲେ । ତାଇଓ୍ବାନର କ୍ବାରେଣ୍ଟାଇନ୍‌ ନିୟମ ଅନୁସାରେ କୌଣସି ପ୍ରତି ନିଜ ରୁମ୍‌କୁ ଗୋଟିଏ କ୍ଷଣ ପାଇଁ ମଧ୍ୟ ଛାଡି ପାରିବ ନାହିଁ । ବ୍ୟକ୍ତିଜଣକ ନିଜ ରୁମ୍‌ରୁ ବାହାରକୁ ଆସି କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଳଂଘନ କରିଥିଲେ ।