କୃଷି ଆଇନକୁ ନେଇ ରାଷ୍ଟ୍ରପତିଙ୍କୁ ବିରୋଧୀଙ୍କ ସ୍ମାରକ ପତ୍ର

କୃଷି ଆଇନକୁ ନେଇ ରାଷ୍ଟ୍ରପତିଙ୍କୁ ବିରୋଧୀଙ୍କ ସ୍ମାରକ ପତ୍ର

କୃଷି ଆଇନକୁ ନେଇ ରାଷ୍ଟ୍ରପତିଙ୍କୁ ବିରୋଧୀଙ୍କ ସ୍ମାରକ ପତ୍ର
ନୂଆଦିଲ୍ଲୀ : ବୁଧବାର ବିରୋଧୀ ଦଳ ଏକ ଟିମ୍ କୃଷି ଆନ୍ଦୋଳନ ପ୍ରସଙ୍ଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ଏହି ବୈଠକରେ ଜଡିତ ବିରୋଧୀଦଳ ନେତାମାନେ ରାଷ୍ଟ୍ରପତିଙ୍କ ଠାରେ ଏକ ସ୍ମାରକପତ୍ର ପ୍ରଦାନ କରି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଆଇନଗୁଡ଼ିକୁ କୃଷକ ବିରୋଧୀ ଆଇନ ବୋଲି କହିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସିପିଆଇ-ଏମ ନେତା ସୀତାରାମ ୟେଚୁରୀ କହିଛନ୍ତି, "ଆମେ ରାଷ୍ଟ୍ରପତିଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରିଛୁ। ଅଣ-ଗଣତାନ୍ତ୍ରିକ ଢଙ୍ଗରେ ପାରିତ ହୋଇଥିବା କୃଷି ଆଇନ ଏବଂ ବିଦ୍ୟୁତ୍ ବିଲରେ ସଂଶୋଧନ ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ। ଏଥିପାଇଁ କୌଣସି ଉପଯୁକ୍ତ ଆଲୋଚନା କିମ୍ବା ଯୋଗାଯୋଗ କରାଯାଇ ନଥିଲା"। ଏନସିପି ନେତା ଶରଦ ପାୱାର କହିଛନ୍ତି, "ଏହି ଶୀତରେ କୃଷକମାନେ ରାସ୍ତାରେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଛନ୍ତି ଏବଂ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି"। ଏହି ସମସ୍ୟାର ସମାଧାନ ଖୋଜିବା ସରକାରଙ୍କ କର୍ତ୍ତବ୍ୟ। ଶରଦ ପାୱାର ଆହୁରି କହିଛନ୍ତି, "ବିରୋଧୀ ଦଳମାନେ କୃଷି ବିଲ୍ ଉପରେ ଗଭୀର ଭାବେ ଆଲୋଚନା କରିବା ଏବଂ ଏହାକୁ ଚୟନ କମିଶନଙ୍କ ନିକଟକୁ ପଠାଇବା ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ପରାମର୍ଶ ଗ୍ରହଣ କରାଯାଇନଥିଲା ଏବଂ ତରବରିଆ ଭାବେ ଏହାକୁ ପାରିତ କରାଯାଇଥିଲା"।