ହୋଟେଲରେ ଇଭିଏମ୍ ମେସିନ ଥିବା ମିଥ୍ୟା ଖବରକୁ ନେଇ ୱେବ ଚ୍ୟାନେଲ ନାମରେ ମାମଲା
ହୋଟେଲରେ ଇଭିଏମ୍ ମେସିନ ଥିବା ମିଥ୍ୟା ଖବରକୁ ନେଇ ୱେବ ଚ୍ୟାନେଲ ନାମରେ ମାମଲା
admin
Apr 23, 2019 - 09:33
Updated: Apr 23, 2019 - 09:33
କେନ୍ଦ୍ରାପଡ଼ା : ହୋଟେଲ୍ ଭିତରେ ଇଭିଏମ୍ ମେସିନ୍ ରଖାଯାଇଛି । ଏହିଭଳି ଏକ ଖବର ପ୍ରସାରଣକୁ ନେଇ ଏକ ୱେବ ଚ୍ୟାନେଲ୍ ନ।ମରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଏକ ୱେବ୍ ଚ୍ୟାନେଲରେ ସୋମବାର ଏହିଭଳି ଖବର ଘନଘନ ପ୍ରସାରଣ କରାଯିବାରୁ ବିଭିନ୍ନ ସ୍ଥାନରେ ଭୋଟ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର ଧରିଥିଲା । ଏହି ସମ୍ବାଦ ପାଇବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଦାଶରଥି ଶତପଥି, ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ, ଉପଜିଲ୍ଲାପାଳ ସଂଜୟ ମିଶ୍ର, ମାର୍ଶାଘାଇ ତହସିଲଦାର ନିରଞ୍ଜନ ସାହୁ ପ୍ରମୁଖ ତୁରନ୍ତ ଗୈାରୀ ଶଙ୍କର ହୋଟେଲରେ ପହଁଚି ବିଭିନ୍ନ କୋଠରୀ ତନଖି କରିବା ପରେ ଏହି ସମ୍ବାଦର କୈାଣସି ସତ୍ୟତା ନଥିବାରୁ ହୋଟେଲ୍ ମାଲିକ ଦେବାଶିଷ ପଣ୍ଡା ମିଥ୍ୟା ନ୍ୟିୁଜ୍ ପ୍ରସାରଣ ଯୋଗୁ ତାଙ୍କ ହୋଟେଲରେ ରହିଥିବା ଭିଭିଆଇପି ବ୍ୟକ୍ତି ଓ ହୋଟେଲ ନ।ମ ବଦନାମ ହେବାରୁ ସଂପୃକ୍ତ ୱେବ୍ ଚ୍ୟାନେଲ୍ ବିରୁଦ୍ଧରେ ହୋଟେଲ୍ ମାଲିକ ଦେବାଶିଷ ପଣ୍ଡା ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଦୁଇଟି ଏତଲା ସଦରଥାନାରେ ଦେଇଥିବା ଜଣାପଡିଛି । ଅଭିଯୋଗ ପାଇବା ପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ତଦନ୍ତକୁ ପୋଲିସ ଜୋରଦାର କରିଦେଇଥିବା ଜଣାପଡିଛି । ଏନେଇ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ନୀତିଶେଖରଙ୍କୁ ଯୋଗାଯୋଗ କରିବାରୁ ସେ ଅଭିଯୋଗ ପାଇଥିବା ସ୍ୱୀକାର କରିବା ସହ ଏ ନେଇ ତଦନ୍ତ କରାଗଲା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।