ଏମିତି କଲେ ମା ଲକ୍ଷ୍ମୀ ଛାଡ଼ିଯିବେ

ଏମିତି କଲେ ମା ଲକ୍ଷ୍ମୀ ଛାଡ଼ିଯିବେ

ସେମିତି କିଛି କାର୍ଯ୍ୟ କରନ୍ତୁନି ଯାହା ଘରେ ନକାରାତ୍ମକ ପ୍ରଭାବ ବଢ଼ାଇବା ସହ ମାତା ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ କରିଥାଏ। କିଛି ଲୋକଙ୍କର ରାତିର ଅଇଁଠା ବାସନକୁ ସକାଳେ ମାଜିବାର ଅଭ୍ୟାସ ଥାଏ। କିନ୍ତୁ ଏହି ଅଭ୍ୟାସ ଯୋଗୁ ଘରେ ନକରାତ୍ମକ ଊର୍ଜ୍ଜା ବୃଦ୍ଧି ପାଇବା ସହ ମାତା ଲକ୍ଷ୍ମୀ ବି ରୋଷ କରିଥାନ୍ତି। ତେଣୁ ଖାଇ ସାରିବା ପରେ ଅଇଁଠା ବାସନକୁ ଶୀଘ୍ର ଧୋଇଦେବା ଭଲ। ବିଛଣାରେ କେବେ ବି ଚିରା, ମଇଳା ଚାଦର ପକାଇବେ ନାହିଁ । ବିଛଣା ସଫା ରଖନ୍ତୁ। ପ୍ରତିଦିନ ପୂଜା କରିବା ପୂର୍ବରୁ ଓ ପରେ ଠାକୁର ଘରକୁ ସଫା କରିବା ଦରକାର । ଖାସ୍‌ କରି ମୁଖ୍ୟଦ୍ୱାରା ସମ୍ମୁଖରେ ଜୋତାକୁ ଏଣେତେଣେ ଫୋଫାଡନ୍ତୁ ନାହିଁ। ଯାହା ଫଳରେ ଘରେ ଆର୍ଥିକ ସମସ୍ୟା ଦେଖାଯାଏ ବୋଲି ବିଶ୍ୱାସ ରହିଛି । ଯଦି ଖାଇସାରିବା ପରେ ଖାଦ୍ୟ ଥାଳିରେ ହିଁ ହାତ ଧୋଇ ଦିଅନ୍ତି। ତେବେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ ।