ଶୁଆ ପାଳିବା ଶୁଭ କି ?
ଅନେକ ଲୋକ ଶୁଆ ରଖିବାକୁ ଭଲ ପାଆନ୍ତି । ତେବେ ଘରେ ଶୁଆ ରଖିବା ଶୁଭ କି ଅଶୁଭ ଏବଂ ଏହାର ପଞ୍ଜୁରି କେଉଁଠି ରଖିବା ଉଚିତ ସେ ସମ୍ପର୍କରେ ଅନେକ ଜାଣନ୍ତି ନାହିଁ ।
ଘରେ ଶୁଆ ରଖିବା ଶୁଭ । ବାସ୍ତୁବିଦଙ୍କ ଅନୁସାରେ ଘରେ ଶୁଆ ରଖିବା ଦ୍ୱାରା ପରିବାର ସଦସ୍ୟ ରୋଗାକ୍ରାନ୍ତ ହୋଇନଥାନ୍ତି ।
ଘରର ଉତ୍ତର ଦିଗରେ ଶୁଆର ପଞ୍ଜୁରୀକୁ ରଖିବା ଶୁଭ ।
ଶୁଆ ରଖିବା ଦ୍ୱାରା ପିଲାଙ୍କର ପଢ଼ାରେ ମନ ଲାଗେ ।
ଶୁଆ ପାଳିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ରହେ । ଘରେ ସକାରାତ୍ମକ ପରିବେଶ ବଜାୟ ରହେ ।
ସେହିପରି ଶୁଆ ଖୁସିରେ ନ ରହିଲେ, ଘରେ ସମସ୍ୟା ଦେଖାଦିଏ ।




admin 