ଠାବ ହେଲା କାନ୍ଦୁଥିବା ସାପ

ଠାବ ହେଲା କାନ୍ଦୁଥିବା ସାପ

ସାପ ସମସ୍ତଙ୍କ ମନରେ ନିହାତି ଭାବେ ଭୟ ସୃଷ୍ଟି କରିଥାଏ । କେବେ ତାର ଫଣା ତ କେବେ ଫୁତକାରରେ ଭୀତି ସଂଚାର ହୋଇଥାଏ । ସାପକୁ ଦେଖିଲେ ପିଲାମାନେ କାନ୍ଦି ପକାଉଥିବାବେଳେ ସାପଯେ କାନ୍ଦୁଥିବ ତାହା ନିଶ୍ଚିତ ଭାବେ ଚକିତ କରୁଥିବ । ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଲେପା-ରାଦା ଜିଲ୍ଲାରେ ଏମିତି ଏକ ସାପ ଠାବ କରାଯାଇଛି । ଜୀବବିଜ୍ଞାନ ଭାଷାରେ ସାପର ନାଁ ‘ହେବିୟସ୍ ଲେକ୍ରିମା’ । ଲେକ୍ରିମା ଲାଟିନ୍ ଭାଷାର ଶବ୍ଦ ଏହାର ଅର୍ଥ ଲୁହ । ସାପଟି କ୍ରାଇଙ୍ଗ୍ ସ୍ନେକ୍ ବା କାନ୍ଦୁଥିବା ସାପ ଭାବେ ନାମିତ ହୋଇଥିବା ଜଣାଯାଏ । ନିଉଜିଲ୍ାଣ୍ଡର ଏକ ଅନ୍ତଜାର୍ତୀୟ ପ୍ରତିକାରେ ପ୍ରକାଶ ପାଇଛି । ଜୀବବିଜ୍ଞାନୀ ଜୟାଦିତ୍ୟ ପୁରକାୟିସ୍ଥ ସାପକୁ ଏକ କ୍ଷେତରୁ ଠାବ କରିଥିଲେ ।