ପିଅନ୍ତୁ ଧନିଆ ପତ୍ର ପାଣି , ରୁହନ୍ତୁ ସୁସ୍ଥ

ପିଅନ୍ତୁ ଧନିଆ ପତ୍ର ପାଣି , ରୁହନ୍ତୁ ସୁସ୍ଥ

ଧନିଆ ପତ୍ର ଆପଣ ନିଶ୍ଚୟ ଖାଉଥିବେ । କିନ୍ତୁ ଏହାର ପାଣି କେବେ ପିଇଛନ୍ତି କି? ଏହାର ଅନେକ ଫାଇଦା ବି ରହିଛି । ଆପଣ ଜାଣନ୍ତି , ଏହା ଲାଭ କଣ? ଏକ ଗ୍ଲାସ ପାଣିରେ ଏକ ମୁଠା ତାଜା ଧନିଆପତ୍ର ପକାଇ ଫୁଟାନ୍ତୁ । ୭ରୁ ୧୦ ମିନିଟ୍‌ ଫୁଟିବା ପରେ ଏହାକୁ ଛାଣି ଉଷୁମ ଥିବା ଅବସ୍ଥାରେ ସକାଳେ ଖାଲି ପେଟରେ ପିଇବା ଉଚିତ ।

ସବୁବେଳେ ମୁଣ୍ଡବିନ୍ଧା ଲାଗି ରହୁଥିଲେ ଧନିଆ ପତ୍ରର ପାଣି ପିଇବା ଉଚିତ ।  

ଦୃଷ୍ଟିଶକ୍ତି ବୃଦ୍ଧି କରିବା ପାଇଁ ନିୟମିତ ଭାବେ ଧନିଆ ପତ୍ର ପାଣି ପିଇପାରିବେ ।

ଧନିଆ ପତ୍ର ପାଣି ଲିଭର୍‌ ବା ଯକୃତ୍‌ ପାଇଁ ମଧ୍ୟ ଲାଭଦାୟକ 

ଧନିଆ ପତ୍ର ପାଣି ପିଇବା ଦ୍ୱାରା ଅମ୍ଳ, ଗ୍ୟାସ, କୋଷ୍ଠକାଠିନ୍ୟ ଆଦି ପାଚନ ଜନିତ ସମସ୍ୟା ଦୂର ହୋଇଥାଏ ।

ଏଥିରେ ଥିବା ଭିଟାମିନ ସି ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।