ଖରାଦିନେ ସବୁଠୁ ମୁଖ୍ୟ ସମସ୍ୟା ହେଉଛି ତ୍ୱଚା ମଳିନ ପଡ଼ିବା, ଆସନ୍ତୁ ଜାଣିବା ଗ୍ରୀଷ୍ମଦିନେ କିପରି ନେବା ତ୍ୱଚାର ଯତ୍ନ

ଖରାଦିନେ ସବୁଠୁ ମୁଖ୍ୟ ସମସ୍ୟା ହେଉଛି ତ୍ୱଚା ମଳିନ ପଡ଼ିବା, ଆସନ୍ତୁ ଜାଣିବା ଗ୍ରୀଷ୍ମଦିନେ କିପରି ନେବା ତ୍ୱଚାର ଯତ୍ନ

ଖରାଦିନେ ସବୁଠୁ ମୁଖ୍ୟ ସମସ୍ୟା ହେଉଛି ତ୍ୱଚା ମଳିନ ପଡ଼ିବା, ଆସନ୍ତୁ ଜାଣିବା ଗ୍ରୀଷ୍ମଦିନେ କିପରି ନେବା ତ୍ୱଚାର ଯତ୍ନ
ଖରାଦିନେ ସବୁଠୁ ମୁଖ୍ୟ ସମସ୍ୟା ହେଉଛି ତ୍ୱଚା ମଳିନ ପଡ଼ିବା, ସାଧାରଣରେ ଆମେ କହିଥାଉ ସନଟ୍ୟାନ ହୋଇଗଲା । ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ପ୍ୟାକ ମିଳୁଛି, ଯାହାର ପ୍ରୟୋଗରେ ତ୍ୱଚାର ଚମକ ଶୀଘ୍ର ଆସେ । ହେଲେ ସେ ସବୁକୁ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର କରନ୍ତୁ । ମନେ ରଖନ୍ତୁ, ଯେପରି ଆମେ ଦୈନିକ ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ମିଳେ । ଠିକ, ସେଇପରି ଘରୋଇ ପ୍ୟାକ ମଧ୍ୟ ତ୍ୱଚା ପାଇଁ ଖାଦ୍ୟ ଭଳି କାମ କରେ । ପ୍ରଥମ କଥା, ଖରାକୁ ବାହାରିବା ପୂର୍ବରୁ ସନ ସ୍କି୍ରନ ଲୋସନ ମୁହଁ, ହାତ ବେକ ଓ ପାଦରେ ଭଲଭାବେ ଲଗାଇବେ । ପରେ ମୁହଁରେ ସ୍କାର୍ଫ, ହାତରେ ଗ୍ଲୋଭସ ଓ ପାଦ ମୋଜା ପିନ୍ଧି ବାହାରକୁ ଯାନ୍ତୁ । ପ୍ରତିଦିନ ସ୍ନାନ ପୂର୍ବରୁ ନଚେତ ରାତିବେଳା ଖିର କିମ୍ବା ଦହିକୁ ବ୍ୟବହାର କରି ଏକ ପ୍ୟାକ ତ୍ୱଚାରେ ଲଗାଇବାର ଅଭ୍ୟାସ ନିୟମିତ ଭାବେ କରିବା ଉଚିତ । ଚନ୍ଦନ ଗୁଣ୍ଡ ୧ ଚାମଚ, ଖିର ୨ ଚାମଚ, ମହୁ ଅଳ୍ପ, ମସୁର ଡାଲି ଗୁଣ୍ଡ ୧ ଚାମଚ, ଗ୍ଲିସେରିନ ୩ ବୁନ୍ଦା ମିଶାଇ ପ୍ୟାକ ଭଳି ତ୍ୱଚାରେ ଲଗାଇବେ । ୨୦-୩୦ ମିନିଟ ବିଶ୍ରାମ ନେବା ପରେ ମୁହଁ ଧୁଅନ୍ତୁ । ସପ୍ତାହରେ ୩-୪ ଏହି ପ୍ୟାକ ଲଗାଇଲେ, ସନ ଟ୍ୟାନ ଦୂର ହୁଏ । ଖରାରୁ ଫେରିବା ପରେ ବସା ଦହିକୁ ନେଇ ପୂରା ଶରୀରରେ ମାଲିସ କରନ୍ତୁ, ଏହି ଉପାୟରେ ତ୍ୱଚାର ରଙ୍ଗ ସଫା ହେବା ସହ ଦାଗ ମଧ୍ୟ ଦୂର ହୁଏ । ରାତିରେ ଶୋଇବା ପୂର୍ବରୁ ମୁହଁ, ହାତ ବେକରେ ଲେମ୍ବୁରସ ଲଗାଇ ଶୋଇବେ, ସକାଳୁ ଉଠିବା ପରେ ଧୋଇବେ ।