କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୬୦୭୩ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୬୦୭୩ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ :  ରାଜ୍ୟରେ ଆଜି ୬୦୭୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ଆଜି ଦିନକରେ ୬୦୭୩ ନୂଆ କରୋନା ରୋଗୀ ଚିହ୍ନଟ ସହ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଟପି ଯାଇଛି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୬୦୭୩ ମଧ୍ୟରୁ କ୍ୱାରେଂଟିନରୁ ୩୫୨୨, ଲୋକାଲ କେସରୁ ୨୫୫୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୦୯୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୩୭୧, ବଲାଙ୍ଗିର-୪୫୭, କଳାହାଣ୍ଡି-୨୭୭ , କଟକ-୧୯୮, ନୂଆପଡା -୪୦୦, ସମ୍ବଲପୁର-୧୫୮, ଝାରସୁଗୁଡା-୩୯୫ , ପୁରୀ-୨୬୬, ବରଗଡ-୨୮୬, ନବରଙ୍ଗପୁର-୨୦୬, ବାଲେଶ୍ୱର-୭୮ , ସୁବର୍ଣ୍ଣପୁର-୭୪ , ଷ୍ଟେଟପୁଲ-୨୧୩, ଗଞ୍ଜାମ-୨୦୯, ମୟୂରଭଞ୍ଜ-୧୪୯, କେନ୍ଦୁଝର-୨୬୬, କୋରାପୁଟ-୭୬, ଭଦ୍ରକ-୬୫, ଯାଜପୁର-୧୦୭, ନୟାଗଡ-୧୧୦ , ରାୟଗଡା-୭୭, ଅନୁଗୁଳ-୨୩୯, ଜଗତସିଂହପୁର-୬୨, ଗଜପତି-୭୯, କେନ୍ଦ୍ରାପଡା-୬୪, ଦେବଗଡ-୩୬, କନ୍ଧମାଳ-୩୪, ମାଲକାନଗିରି-୨୯ , ବୌଦ୍ଧ-୬୪ ଓ ଢେଙ୍କାନାଳ-୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୫୦ ହଜାର ୯୫୮ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୬୭ ହଜାର ୧୧୧ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।