ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଭୟ ନାହିଁ : ମୁଖ୍ୟସଚିବ

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଭୟ ନାହିଁ : ମୁଖ୍ୟସଚିବ

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଭୟ ନାହିଁ : ମୁଖ୍ୟସଚିବ
ଭୁବନେଶ୍ୱର : ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ । ଏଭଳି ଆଶ୍ୱାସନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଫଳରେ ଆଉ ସଟଡାଉନର ଅବଧି ବୃଦ୍ଧି ପାଇବ ନାହିଁ । ଆଜି ରାତି ୮ରେ ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟଡାଉନ ଉଠିଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ କହିଛନ୍ତିଯେ, କରୋନା ଯେଭଳି ରାଜ୍ୟରେ ନବ୍ୟାପିବ ସେଥିପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଜନସାଧାରଣ ସଚେତନ ରହି ପ୍ରତିଷେଧକାତ୍ମକ ବ୍ୟବସ୍ଥାକୁ ଆପଣାଇନେଲେ କରୋନା ସଂକ୍ରମଣକୁ ରୋକାଯାଇପାରିବ । ସଟଡାଉନ ଓ ଲକଡାଉନ ପାଇଁ ଜନସାଧାରଣ ପ୍ରଶାସନକୁ ସହଯୋଗ କରୁଛନ୍ତି । ଆଜି ରାତିରେ ସଟଡାଉନ ଉଠିଗଲେ ବି ଲକଡାଉନ ଜାରି ରହିବ । ତେଣୁ ଲୋକମାନେ ଅଯଥା ଭିଡ଼ ନକରିବାକୁ ସେ ନିବେଦନ କରିଛନ୍ତି । ସୂର୍ଯ୍ୟନଗର ସଂକ୍ରମିତ ବ୍ୟକ୍ତିଙ୍କ ଝିଅ କୋଲକାତାରେ ଆସିଥିଲେ । ସେହିପରି ବମିଖାଲ ସଂକ୍ରମିତଙ୍କ ସମ୍ପର୍କୀୟ ଭୋପାଳରେ ଥିବାରୁ ସେଠାରୁ ତାଙ୍କୁ ସଂକ୍ରମିତ ହୋଇଛି । ସର୍ବୋପରି ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି ସେ କହିଛନ୍ତି ।