ରାଜ୍ୟରେ ଆଉ ୨ କରୋନା ରୋଗୀ

ରାଜ୍ୟରେ ଆଉ ୨ କରୋନା ରୋଗୀ

ରାଜ୍ୟରେ ଆଉ ୨ କରୋନା ରୋଗୀ
ଭୁବନେଶ୍ୱର : ରାଜ୍ୟରେ ଆଉ ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପରୀକ୍ଷଣରୁ ସେମାନଙ୍କ ଦେହରେ କୋଭିଡ଼୧୯ ଭୂତାଣୁ ଥିବା ଜାଣିବାକୁ ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସଦ୍ୟତମ ସୂଚନା ଅନୁଯାୟୀ, କପିଳ ପ୍ରସାଦ ହାଉସିଂ ବୋଡର଼୍ କଲୋନୀ ଫେଜ ୨ରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ କରୋନା ସଂକ୍ରମିତ ହୋଇଛି । ସେ ଅଷ୍ଟ୍ରେଲିଆରୁ ଫେରିଥିଲେ । ତେବେ ୨୨ରୁ ସେ ହୋମ କ୍ୱାରେଂଟିନରେ ରହିଥିଲେ । ସେହିପରି ବମିଖାଲରେ ଜଣେ ୨୯ ବର୍ଷୀୟ ଯୁବକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ତେବେ ୨୩ ଜଣଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇପାରିଛନ୍ତି । ଅପରପକ୍ଷରେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ହଟସ୍ପଟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବା ସହ ସଂକ୍ରମଣ ଯେଭଳି ବ୍ୟାପିବ ନାହିଁ ତାହା ଉପରେ ଦୃଷ୍ଟି ଦିଆଯାଇଛି ।