ବିବାହ ଭୋଜିକୁ ନିମନ୍ତ୍ରଣ ହେବାକୁ ବି ପ୍ରତିଯୋଗିତା

ବିବାହ ଭୋଜିକୁ ନିମନ୍ତ୍ରଣ ହେବାକୁ ବି ପ୍ରତିଯୋଗିତା

ବିବାହ ଭୋଜିକୁ ନିମନ୍ତ୍ରଣ ହେବାକୁ ବି ପ୍ରତିଯୋଗିତା
ପ୍ରତିଯୋଗିତା କେତେ ବଢ଼ି ଗଲାଣି । ଆଗକୁ କେବଳ ପରୀକ୍ଷା ଓ ଚାକିରି ପାଇଁ ପ୍ରତିଯୋଗିତା ଥିଲା । ଏବେ କିନ୍ତୁ ବିବାହ ଭୋଜିକୁ ନିମନ୍ତ୍ରଣ ହେବାକୁ ବି ପ୍ରତିଯୋଗିତା ହେଲାଣି । ଏବେ ଏକ ନିମନ୍ତ୍ରଣ ପାଇବା ପାଇଁ ଆପଣଙ୍କୁ ଶ୍ରେଷ୍ଠ ୫୦ ରେ ରହିବାକୁ ପଡ଼ିବ । କମେଡି ଦୁନିଆର ଅନ୍ୟ ଜଣେ ଧୁରନ୍ଧର ସୁନୀଲ ଗ୍ରୋଭରଙ୍କ ଏହି ଚୁଟକୁଲା ଏବେ ବେଶ ଭାଇରାଲ ହେବାରେ ଲାଗିଛି । କରୋନା କଟକଣା ଯୋଗୁଁ ବିବାହ ଭୋଜିକୁ ଏବେ ୫୦ ଜଣ ଯୋଗ ଦେବାର ଅନୁମତି ଥିବାରୁ ସୁନୀଲ ଏହି ଚୁଟକୁଲା ଟ୍ୱିଟରରେ ସେୟାର କରିଛନ୍ତି । ତାଙ୍କର ଏହି ଟ୍ୱିଟ ପରେ କିଛି ସମୟ ମଧ୍ୟରେ ଲୋକେ ଏହାକୁ ରିଟ୍ୱିଟ କରିବା ସହ ୧୬ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି ।