କପାଳରେ ଚନ୍ଦନ ଟିକାର ଚମତ୍କାରିତା

କପାଳରେ ଚନ୍ଦନ ଟିକାର ଚମତ୍କାରିତା

ଲଲାଟ ଅର୍ଥାତ୍‌ କପାଳରେ ଭସ୍ମ କିମ୍ବା ଚନ୍ଦନରେ ତିନୋଟି ରେଖା ଅଙ୍କନ କରାଯାଏ । ଯାହାକୁ ତ୍ରିପୁଣ୍ଡ କୁହନ୍ତି । ମଝି ତିନି ଆଙ୍ଗୁଳିରେ ଭସ୍ମ କିମ୍ବା ଚନ୍ଦନ ନେଇ ସାବଧାନତାପୂର୍ବକ କପାଳରେ ତିନୋଟି ରେଖା ଆଙ୍କି ତ୍ରିପୁଣ୍ଡ ଅଙ୍କା ଯାଇଥାଏ । ଶୈବ ସମ୍ପ୍ରଦାୟର ବିଶ୍ୱାସୀ କପାଳରେ ତ୍ରିପୁଣ୍ଡ ଧାରଣ କରିଥାନ୍ତି । ତ୍ରିପୁଣ୍ଡର ତିନୋଟି ରେଖା ମଧ୍ୟରୁ ପ୍ରତ୍ୟେକଟିରେ ୯ଟି ଲେଖାଏଁ ଦେବତାଙ୍କ ବାସ ହୋଇଥାଏ । ଏମାନେ ହେଲେ-

୧. ଅକାର, ଗାର୍ହପତ୍ୟ ଅଗ୍ନି, ପୃଥିବୀ, ଧର୍ମ, ରଜୋଗୁଣ, ଋକ୍‌ବେଦ, କ୍ରିୟାଶକ୍ତି, ପ୍ରାତଃସ୍ୱନ ତଥା ମହାଦେବ ।

୨. ଓଁକାର, ଦକ୍ଷିଣାଗ୍ନି, ଆକାଶ, ସତ୍ତ୍ୱଗୁଣ, ଯଜୁର୍ବେଦ, ମଧୁଦିନସନ୍‌, ଇଚ୍ଛାଶକ୍ତି, ଅନ୍ତରାତ୍ମା ଓ ମହେଶ୍ୱର ।

୩. ମକାର, ଆହ୍ୱାନୀୟ ଅଗ୍ନି, ପରମାତ୍ମା, ତମୋଗୁଣ, ଧିଲୋକ, ଜ୍ଞାନଶକ୍ତି, ସାମବେଦ, ତୃତୀୟସନ ତଥା ଶିବ ।