ମିଳୁନି ନିସ୍ତାର, ଆହୁରି ବଢ଼ିବ ତାତି
ଭୁବନେଶ୍ଵର : ରାଜ୍ୟରେ କମିବ କାଳବୈଶାଖୀ ପ୍ରଭାବ। ବଢିବ ତାତି। ଆଗକୁ ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା। ଆସନ୍ତା ୨୫ ଯାଏଁ ତାତିରୁ ନାହିଁ ତ୍ରାହି। ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ପବନ ବୋହୁଛି ଫଳରେ ତାପମାତ୍ରା ଅଧିକ ବଢ଼ୁଛି ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨୬ ଓ ୨୭ ତାରିଖରେ ସାମାନ୍ୟ ତାପମାତ୍ରା କମିପାରେ ବୋଲି ପୂର୍ବାନୁମାନ କରାଯାଇଛି। ସେହିଭଳି ଭୁବନେଶ୍ୱରରେ ସକାଳୁ ଗୁଳୁଗୁଳି ଆରମ୍ଭ ହୋଇଯାଉଛି । ସାଢେ ୧୨ଟା ସୁଦ୍ଧା ସି ବ୍ରିଜ୍ ଆରମ୍ଭ ହୋଇଯାଉଛି । ତେବେ ସି ବ୍ରିଜ ନ ରହିଲେ ଭୁବନେଶ୍ୱରରେ ତାପମାତ୍ରା ୪୦ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।




admin 