କାରିଗର ପାଇବେ ସହାୟତା

କାରିଗର ପାଇବେ ସହାୟତା

କାରିଗର ପାଇବେ ସହାୟତା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରିଗର ସହାୟତା ଘୋଷଣା କରିଛନ୍ତି । ବାର୍ଷିକ ୧ ଲକ୍ଷ ଟଙ୍କାରୁ କମ ଆୟ ଥିବା ବରିଷ୍ଠ କାରିଗରଙ୍କୁ ମାସିକ ୮୦୦ ଟଙ୍କା ଲେଖାଏଁ ସହାୟତା ମିଳିବ । ୮୦ ବର୍ଷରୁ ଅଧିକ ବୟସ୍କ କାରିଗରଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ସର୍ବନିମ୍ନ ୧୦ ବର୍ଷ କାର୍ଯ୍ୟ କରିଥିବା କାରିଗର ଏହି ସହାୟତା ପାଇପାରିବେ । ହସ୍ତଶିଳ୍ପ ନିଦେ୍ର୍ଧଶାଳୟ ଏହି କାର୍ଯ୍ୟକ୍ରମର ନୋଡ଼ାଲ ବିଭାଗ ଭାବେ କାର୍ଯ୍ୟ କରିବ । ହିତାଧିକାରୀ ଚୟନ ନିମନ୍ତେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧିନରେ ଏକ ଚୟନ କମିଟି ଗଠନ କରାଯିବ । ଥରେ ହିତାଧିକାରୀ ଚୟନ ହୋଇଗଲେ, ବିଡ଼ିଓଙ୍କ ଜରିଆରେ ସହାୟତା ପ୍ରଦାନ କରାଯିବ ।