ଭଣ୍ଡାରୀପୋଖରୀରୁ ନିରଞ୍ଜନ, ବାଲେଶ୍ୱରରୁ ନବଜ୍ୟୋତି

ଭଣ୍ଡାରୀପୋଖରୀରୁ ନିରଞ୍ଜନ, ବାଲେଶ୍ୱରରୁ ନବଜ୍ୟୋତି

ଭଣ୍ଡାରୀପୋଖରୀରୁ ନିରଞ୍ଜନ, ବାଲେଶ୍ୱରରୁ ନବଜ୍ୟୋତି
ଭୁବନେଶ୍ୱର : ୨୦୧୪ ନିର୍ବାଚନରେ ଲଢ଼ିନଥିଲେ ହେଁ ୨୦୧୯ ନିର୍ବାଚନ ପାଇଁ ଅଂଟା ଭିଡ଼ିଛନ୍ତି ନିରଞ୍ଜନ ପଟ୍ଟନାୟକ । ଲଢ଼ିବେ ନା ଲଢ଼ିବେନି ଏମିତି ଦୋଛକି ଭିତରେ ରହି ଶେଷରେ ନିରଞ୍ଜନ ଲଢ଼ିବାକୁ ନିଷ୍ପତି ନେଇଛନ୍ତି । ଘସିପୁରା, ରାଉରକେଲା ଓ ଭଣ୍ଡାରୀପୋଖରୀ ଭଳି ତିନି ତିନୋଟି ଆସନରୁ ତାଙ୍କ ନାମ ସୁପାରିଶ କରାଯାଇଥିଲେ ହେଁ ସେ ଭଣ୍ଡାରୀପୋଖରୀରୁ ଲଢ଼ିବା ନିଶ୍ଚିତ ବୋଲି କୁହାଯାଉଛି । ଅପରପକ୍ଷରେ ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ବାଲେଶ୍ୱରରୁ ସେ ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବେ । ଏନେଇ ତାଙ୍କ ନାମ ସୁପାରିଶ କରାଯାଇଥିବାବେଳେ ସେ ଲଢ଼ିବା ନିଶ୍ଚିତ ହୋଇଯାଇଛି । ଅପରପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ତାଙ୍କ ପୁଅ ସଂଗ୍ରାମ ଜେନା ପୁଣି ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲା । କିନ୍ତୁ ସର୍ବଶେଷ ଖବର ଅନୁଯାୟୀ, ୨୦୧୯ରେ ଜୟଦେବ ହିଁ ନିର୍ବାଚନ ଲଢ଼ିବେ । ନିଜ ପାରମ୍ପରିକ ଆସନ ଆନନ୍ଦପୁରରୁ ସେ ପ୍ରାର୍ଥୀ ହେବେ । ସେହି ଆସନ ପାଇଁ ତାଙ୍କ ପୁଅଙ୍କ ନାମ ସିଇସି ଯାଇଥିଲେ ହେଁ ସଂଗ୍ରାମ ଏଥର ନିର୍ବାଚନ ନଲଢ଼ିବାକୁ ନିଷ୍ପତି ନେଇଛନ୍ତି । ସୂଚନାଯୋଗ୍ୟଯେ, ଗତ ନିର୍ବାଚନରେ ସଂଗ୍ରାମ ଭଦ୍ରକ ଲୋକସଭାରୁ ସାଂସଦ ପ୍ରାର୍ଥୀ ହୋଇଥିଲେ । ତେବେ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ ।