ରାହୁ ପ୍ରକୋପ ଦୂର କରେ ଏରୁଣ୍ଡିବନ୍ଧ

ରାହୁ ପ୍ରକୋପ ଦୂର କରେ ଏରୁଣ୍ଡିବନ୍ଧ

ସନାତନ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଘରର ଏରୁଣ୍ଡି ବନ୍ଧର ବିଶେଷ ଗୁରୁତ୍ୱ ଅଛି । ଏରୁଣ୍ଡି ବନ୍ଧ ଘରୁ ନକରାତ୍ମକ ଶକ୍ତି ଦୂରେଇ ରଖିବାରେ ସାହାଯ୍ୟ କରେ । ମୁଖ୍ୟଦ୍ୱାରର ଏରୁଣ୍ଡିବନ୍ଧରେ ନିତି ସଞ୍ଜ ସଳିତା ଜାଳିବା ଉଚିତ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏରୁଣ୍ଡି ବନ୍ଧରେ ରାହୁ ବାସ କରନ୍ତି । ଏହି ପୂଜା ଦ୍ୱାରା ରାହୁ ପ୍ରଭାବ କମ୍‌ ହୁଏ । ଏରୁଣ୍ଡି ବନ୍ଧକୁ ମା' ଲକ୍ଷ୍ମୀଙ୍କ ଆଗମନର ଦ୍ୱାର ବୋଲି କୁହାଯାଏ ।

ଏରୁଣ୍ଡି ବନ୍ଧ ପୂଜା ଦ୍ୱାରା ମା' ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ । ଏହାସହ ଜୀବନରେ ହସ ଖୁସି ଭରିଯାଏ । ଘରର କୌଣସି ପୂଜା ଉତ୍ସବରେ ଘରର ଦୁଆର ବନ୍ଧକୁ ପ୍ରଥମେ ସାଜସଜ୍ଜା କରାଯାଏ । ଘରର ଏରୁଣ୍ଡି ବନ୍ଧକୁ ସବୁବେଳେ ସଫାସୁତୁରା ରଖିବା ଆବଶ୍ୟକ ।