ଗୋଲଡେନ୍ ମିଲ୍କ ଟି' ପିଇବାର ଲାଭ
ଗୋଲଡେନ୍ ମିଲ୍କ ଟି' ଅନେକ ରୋଗଠାରୁ ଦୂରରେ ରଖେ । ହଳଦୀ ଏବଂ କ୍ଷୀରରେ ପ୍ରସ୍ତୁତ ଏହି ଚା ଥଣ୍ଡା, କାଶ ଏବଂ ଅନେକ ସମସ୍ୟାକୁ ଭଲ କରିପାରେ । ପ୍ରାଚୀନ କାଳରୁ ଆୟୁର୍ବେଦରେ ହଳଦୀ ଏବଂ କ୍ଷୀର ବ୍ୟବହାର କରାଯାଇଆସୁଛି । ଆସନ୍ତୁ ଜାଣିବା ଏହି ଚା’ର ଉପକାରିତା ବିଷୟରେ ।
- ହଳଦୀରେ ପ୍ରଚୁର ପରିମାଣରେ କର୍କ୍ୟୁମିନ୍ ରହିଥାଏ । ଏଥିରେ ଆଂଟିଅକ୍ସିଡାଇଟ ଗୁଣ ମଧ୍ୟ ପ୍ରଚୁର ଅଛି । ଏହା ଥଣ୍ଡା, କାଶ, ଗଳା ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
- ଏଥିରେ ଆଂଟି - ଇନ୍ଫ୍ଲାମେଟୋରୀ ଗୁଣ ରହିଥାଏ । ଏହାକୁ ଚା'ରେ ପକାଇ ପିଇଲେ ଶରୀରରେ କ୍ରନିକ ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ଭଲ ହୋଇଥାଏ ।
- ଏହି ଟି' ପିଇବା ଦ୍ୱାରା ସ୍କିନ ଗ୍ଲୋ କରିଥାଏ । ସ୍କିନ ଇନଫେକ୍ସନ ଏବଂ ଚେହେରାକୁ ଉଜ୍ଜ୍ୱଳ କରିବାରେ ହଳଦୀ ସାହାଯ୍ୟ କରିଥାଏ ।
- ଗୋଲଡେନ୍ ମିଲ୍କ ଟି'ଶାନ୍ତିପୂର୍ଣ୍ଣ ନିଦ ଦେଇଥାଏ ।




admin 