ବିନା ତାରରେ ଚାର୍ଜିଂ ହେବ ଫୋନ
ବିନା ତାରରେ ଚାର୍ଜିଂ ହେବ ଫୋନ
ମୋବାଇଲ ଫୋନକୁ ଚାର୍ଜ କରିବା ପ୍ରକ୍ରିୟା ଅଧିକ ସୁବିଧାଜନକ କରିବା ଲାଗି ସାତେଚି ଏକ ନୂଆ ହାଇବ୍ରିଡ଼ ଉପକରଣ ସମ୍ପର୍କରେ ଘୋଷଣା କରିଛି ଯାହା ଏକ ପୋର୍ଟେବଲ୍ ବ୍ୟାଟେରୀ ପ୍ୟାକ୍ ହେବା ସହ ତାରବିହୀନ ଚାର୍ଜର । ଏହାର ୧୦ ହଜାର ଏମଏଏଚ୍ ବ୍ୟାଟେରୀ କ୍ଷମତା ଅଛି, ଯେଉଁଥିରେ ଅଧିକାଂଶ ସ୍ମାର୍ଟଫୋନ ଏକାଧିକ ଥର ଚାର୍ଜ କରାଯାଇପାରିବ । ଏହା ଖୁବ୍ ସୁନ୍ଦର ଡ଼ିଜାଇନର ହୋଇଥିବାବେଳେ ଏକ ଚୁମ୍ବକୀୟ ତାରବିହୀନ ଚାର୍ଜଂ ଷ୍ଟାଣ୍ଡରେ ପରିଣତ ହୋଇଯାଏ ।
ଏଥିରେ ସ୍ମାର୍ଟଫୋନ ସହ ଏକାସମୟରେ ଇୟରପଡସ ମଧ୍ୟ ଚାର୍ଜ କରିହେବ । ଏଥିରେ ତାରବୀହିନ ଭାବରେ ଏକକାଳୀନ ଦୁଇଟି ଉପକରଣ ଚାର୍ଜ କରିହେଉଥିବା ବେଳେ ଏଥିରେ ଥିବା ଅତିରିକ୍ତ ୟୁଏସବି-ସି ପୋର୍ଟରୁ ତାର ସହଯୋଗରେ ତୃତୀୟ ଉପକରଣକୁ ମଧ୍ୟ ଚାର୍ଜ କରାଯାଇପାରିବ । ଚାର୍ଜରକୁ ମୋଡ଼ି ଛୋଟ କରି ନିଜ ପକେଟରେ ବି ରଖିପାରିବେ ।




admin 