୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ

୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ

୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର : କୋଟି କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୨ ଦିନିଆ ରିମାଣ୍ଡରେ ଯିବେ । ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟ କ୍ରାଇମବ୍ରାଂଚର ଏସଆଇଟିକୁ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟଯେ, ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ କୋଟିକୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ମାମଲା ରୁଜୁ କରାଯିବା ସହ ଉଭୟଙ୍କୁ ବାରବାର ଜେରା କରାଯାଇଛି । ଏବେ ବାପ ପୁଅ ଜେଲରେ ଅଛନ୍ତି । ଅପରପକ୍ଷରେ ଅଭୟଙ୍କ ଭାବି ସମୁଦୀ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି । ଏପରିକି ଟାଟାରେ ଚାକିରୀ କରାଇବା ନାମରେ ଆକାଶ ଠକେଇ କରିଥିବାବେଳେ ଏଥିରେ ପ୍ରଦୀପଙ୍କ ସଂପୃକ୍ତି ରହିଥିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ଏନେଇ ପ୍ରଦୀପଙ୍କୁ ଜେରା କରାଯାଇଛି । ଅଭୟ ଓ ଆକାଶଙ୍କୁ ମଧ୍ୟ ମୁହାଁମୁହିଁ ଜେରା କରାଯାଇଛି । ପୁଣି ପ୍ରଦୀପଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଥିବାବେଳେ ଆହୁରି ଅନେକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଜନ ବିରୋଧି କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି ।