କରୋନାରେ ଭାରତ ଅଣନିଃଶ୍ୱାସୀ, ସଞ୍ଜୀବନୀ ଯୋଗାଉଛି ଓଡିଶା

କରୋନାରେ ଭାରତ ଅଣନିଃଶ୍ୱାସୀ, ସଞ୍ଜୀବନୀ ଯୋଗାଉଛି ଓଡିଶା

କରୋନାରେ ଭାରତ ଅଣନିଃଶ୍ୱାସୀ, ସଞ୍ଜୀବନୀ ଯୋଗାଉଛି ଓଡିଶା
ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ଅତି ଭୟଙ୍କର ରୂଦ ଧାରଣ କଲାଣି । ଛାତି ଥରାଇଦେଲା ଭଳି ହାରରେ ମାଡି ଚାଲିଛି କୋଭିଡର ଦ୍ୱିତୀୟ ଲହରୀ । ଦେଶରେ ଦୈନିକ ୩ ଲକ୍ଷ ଉପରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରୁ ୩ ଲକ୍ଷ ୩୨ ହଜାର ୭୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ମନେ ହେଉଛି ଯେମିତି କରୋନା ସୁନାମୀ ଗିଳିଯିବ ସାରା ଦେଶକୁ । କୋଭିଡ ଆରମ୍ଭ ହେବା ଦିନଠାରୁ ଏହା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ । ଏହା ଭିତରେ ସାମନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା କରୋନାରେ ଭାରତ ଅଣନିଃଶ୍ୱାସୀ, ସଞ୍ଜୀବନୀ ଅକ୍ସିଜେନ ଯୋଗାଉଛି ଓଡିଶା । ସଡକପଥରେ ଅକ୍ସଜେନ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଭାରତରେ ଅନେକ ରାଜ୍ୟରେ ଅକ୍ସଜେନ ଅଭାବ ହେତୁ ସହାୟତାର ହତା ବଢାଇଛି ଓଡିଶା । ୬ଟି ରାଜ୍ୟକୁ ଲଗାତାର ଭାବରେ ଓଡିଶା ଅକ୍ସିଜେନ ପଠାଉଛି । ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓ ବିହାର ରାଜ୍ୟ ପଠାଯାଉଛି । ଅକ୍ସଜେନ ଯୋଗାଣ ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର ସେଲ୍ ଖୋଲିଲା ।