ଏଥର ଆଗୁଆ ହେବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା

ଏଥର ଆଗୁଆ ହେବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା

ଏଥର ଆଗୁଆ ହେବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା
ଭୁବନେଶ୍ୱର : ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ନେଇ ଗତଥର ସମାଲୋଚନାର ଶିକାର ହେବା ପରେ ଏଥର ଆଗୁଆ ପଦକ୍ଷେପ ନେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ୨୦୨୦ରେ ହେବାକୁ ଥିବା ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଆଗୁଆ କରାଯିବ । ପ୍ରତିବର୍ଷ ଜାନୁଆରି ୨୦ ରୁ ଆରମ୍ଭ ହେଉଥିବା ପ୍ରାକ୍ଟିକାଲ ପରୀକ୍ଷା ଏଥର ଜାନୁଆରି ୧୫ ରୁ ଆରମ୍ଭ ହୋଇ ୨୫ରେ ଶେଷ ହେବ । ଥିଓରି ପରୀକ୍ଷା ପୂର୍ବ ଭଳି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ତାରିଖ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ମାର୍ଚ୍ଚ ୨ ରୁ ଥିଓରି ପରୀକ୍ଷା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ପୂର୍ବରୁ ଜୁନ ୧୦ ଭିତରେ ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବାର ନିୟମ ଥିଲା । ଏଥର ସେଥିରେ ସଂଶୋଧନ କରାଯାଇ ଯେକୌଣସି ପ୍ରକାରେ ମେ’ସୁଦ୍ଧା ସବୁ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏତଦ୍ ବ୍ୟତୀତ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ କ୍ରୀଡ଼ା ଖେଳ ପ୍ରତିଯୋଗିତା ଡିସେମ୍ବର ମଧ୍ୟରେ ଶେଷ ହେବ । ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ । ଇଂରାଜୀ ଓଡ଼ିଆରେରେ ରଚନା ଓ କବିତା ପ୍ରତିଯୋଗିତା ନଭେମ୍ବର ପ୍ରଥମ ସପ୍ତାହ, ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଚେୟାରମ୍ୟାନ କପ୍ ବକ୍ତୃତା ପ୍ରତିଯୋଗିତା ନଭେମ୍ବର ଦ୍ୱିତୀୟ ସପ୍ତାହ ଓ ବାର୍ଷିକ ସାଂସ୍କୃତିକ ପ୍ରତିଯୋଗିତା ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ କୁହାଯାଇଛି । ଧାର୍ଯ୍ୟ ହୋଇଥିବା ତାରିଖରେ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ।